STORYMIRROR

BANITA SAHU

Others

3  

BANITA SAHU

Others

ପ୍ରଥମ ଦିନ

ପ୍ରଥମ ଦିନ

1 min
252

ମୋତେ ହୋଇଲାଣି ଶହେ

ସ୍ବାମୀ ଡାକନ୍ତି ଶୁଣିଲୋ ଟିକେ।

ମନେ ପଡେ ମୋ ପିଲାଦିନ କଥା

ଲେଖେ ମୁଁ ସ୍ମୁତିର ଗାଥା।

ବାପା ବୋଉ ମୋ ଦେଖି ଜ୍ବାଇଁ ପୁଅ

କନ୍ଯାଦାନ ଦେଇ କରିଦେଲେ ସାତପର।

କିପରି ଚଳିବି ଅଚିହ୍ନା ବ୍ଯକ୍ତିଙ୍କ ସହ

ଥରୁଟି ହେଲେ ଦେଖିନାହିଁ କି ମିଶିନାହିଁ।

ବିବାହର ପ୍ରଥମ ଦିନ

ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ 

କିପରି ରହିବି ଶାଶୁ ଶଶୁରଙ୍କ ଘରେ ?

ପଢିନାହିଁ ମୁଁ ଏମାନଙ୍କ ମନ

କିପରି ବିତିବ ମୋ ଜୀବନ

ବାପା କହିଛନ୍ତି ମାରେ ଖୁସିରେ ରହିବୁ

ଶାଶୁ ଶଶୁରଙ୍କୁ ନିଜର କରିବୁ।

ସମସ୍ତଙ୍କ ମନ ଧରି ଚଳିବୁ

ମାଁ କହିଛନ୍ତି ମାରେ ମନ ଉଲ୍ଲାସରେ କାଟିବୁ ଦିନ

ପୂଜି ବିଧିରେ ରଖିବୁ ମନ।

ସମସ୍ତଙ୍କ ସହ ମିଶି ଚଳିବୁ

ଦୁଃଖ କରିବୁ ନାହିଁ

ନଣନ୍ଦକୁ ଭଉଣୀ ଭାବି ଖୁସିରେ ଦୁହେଁ ମିଶିବ ରହି।ଆଜିବି ମନେ ଅଛି ସେଦିନ କଥା।

ପ୍ରଥମ ଥର ଦେଖିଲି ମୋ ସ୍ବାମୀଙ୍କୁ

କିପରି କହିବି ମନର ଭାବନାକୁ।

ସେହି ପଦିଏ କଥା

ମୁଁ ତୁମକୁ ଭଲପାଏ କେତେ କହିନପାରିବି ମୁହିଁ

ଜୀବନ ସାରା ତୁମ ଚଲାପଥେ ରହିଥିବି ସାଥିହୋଇ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍