STORYMIRROR

Rajalaxmi Tripathy

Others

3  

Rajalaxmi Tripathy

Others

ପ୍ରତାରଣା

ପ୍ରତାରଣା

1 min
214

ନିକଟରେ ରହି ମିଠା କଥା କହି

ହୋଇ ପାରିଲନି ବନ୍ଧୁ

ହୃଦୟ ର ଭାଷା ଅବୁଝା ରହିଲା

ଝରିଗଲା କୋହ ବିନ୍ଦୁ ।


ଲୁହ ସିକ୍ତ କଥା ବ୍ୟଥିତ ପ୍ରାଣ ର

ଦୂରେ ନେଇଗଲା ଉର୍ମି

ଫେରିବନି କେବେ ସାଉଁଟି ଆଣିଲେ

ସ୍ମୃତିର ମଳୟ ଚୁମି ।


ସବୁ ମୂଲ୍ୟହୀନ କଥାକୁ ତୁମର

ମୂଲ୍ୟବାନ ଭାବି ନେଇ

ଭୁଲ କଲି ବୋଲି ଭାବିଲା ବେଳକୁ

ସମୟ ରହିଲା ନାହିଁ ।


ପ୍ରତିଶ୍ରୁତି ତୁମ ସୁନାର ପାହାଡ଼

ପାରିଲିନି କେବେ ଛୁଇଁ

ତୁମ ସ୍ମୃତି ସବୁ ସୁନାର ବୋଇତ

କୂଳରେ ଲାଗନ୍ତି ନାହିଁ ।


ପ୍ରତାରଣା ର ସେ ଭଗ୍ନ ଆଇନା

ପଡିଛି ନିର୍ଜନ ପଥେ

ମୃତ ସଂପର୍କ ନଈ କୂଳ ଧାରେ

ନିରବ,ନିଃଶବ୍ଦ ତୁମେ ।


Rate this content
Log in