STORYMIRROR

Ajaya Mahala

Others

3  

Ajaya Mahala

Others

ପ୍ରତାରଣା

ପ୍ରତାରଣା

1 min
13.2K


ତାକୁ ପ୍ରତାରଣା କହିବି ?

ବାଟ ସାରା ଯେତେବେଳେ ବିଞ୍ଚି ବିଞ୍ଚି ଚାଲିଥିଲ ସରାଗର ଧାନ

ମୋ ମନ ହାତୀଟାକୁ ପକାଇବାକୁ

ଡାଳପତ୍ର ଛାଉଣିର

ଅଜ୍ଞାତ ପ୍ରେମ ଖାତା ଭିତରେ

ହାତୀ ପରି ହାତୀଏ ବୁଦ୍ଧି ଥିଲା ମୋର

ଜୀବନଟାକୁ ଭାବିଥିଲି ବୁଦ୍ଧିର ଖେଳ

ଯେଉଁଠି ଜଣେ ହାରିବ ଆଉ ଜଣେ ଜିତିବ

ପ୍ରେମକୁ, ଭାବନାକୁ, ସ୍ମୃତିକୁ

ବନ୍ଧା ରଖି ଦେଲି

ଅଗ୍ରସର ହେଲିନି

କଣ ଭାବି ବାଟ ମୋଡି ନେଲି

ଇତିକଥା କ’ଣ

କାହାକୁ ପଚାରିଛ ?

ନିଜକୁ ବଞ୍ଚାଇ ନେଇଥିଲି ତେବେ

ଏବେ ମୋ ନିଜ ସ୍ଥିତି

ଦୁଧ ଲୋଟାରେ ମୁଣ୍ଡ ଅଟକି ଯାଇଥିବା

ବିଲେଇ ପରି......


Rate this content
Log in