STORYMIRROR

pratap nayak

Others

3  

pratap nayak

Others

ପ୍ରତାରଣା

ପ୍ରତାରଣା

1 min
137


ସିଏ ଏମିତି କହିବ ବୋଲି 

ଜାଣିଥିଲି....

ଜାଣିଥିଲି ବି ସିଏ ଯାହା କହୁଛି 

ସବୁ ସତ....

ସବୁ ସତରୁ ଟିକିଏ ଦୂରେଇ ଗଲେ 

ସିଏ ହେଉଛି ମୁଁ ....

ମୁଁ ମୋ ଭିତରେ ଯାହା ଲୁଚେଇ ରଖିଛି 

ସିଏ କିନ୍ତୁ ସବୁ ମିଛ ....

ସବୁ ମିଛ ଭିତରେ ଥିବା ମୋ ଭଲପାଇବା.....

ଜୀବନ୍ତକୁ ଉଖାରୁଥିବା ପରି ସପନ ....

ବିନ୍ଦୁ ବିନ୍ଦୁ ପରି ମୁକ୍ତାର ଫସଲ ଗାଲିଚା ...

ନିରିମାଖି ସଚେତନ ମନଟିଏ ମୋର ....

ତା ଭିତରେ ଅଙ୍କାବଙ୍କା ନଈପରି 

ଉଛୁଳା ଇଚ୍ଛା.....

ସତେଜ ପବନ ଯା ଆସ କରେ ,

ସେହି କୀରଟକୁଣ୍ଡଳ ଆଶାରେ .....

ସିଏ ବି ମିଛ ମୋର....

 କିନ୍ତୁ ....

ସିଏ ଏମିତି କହିବ ବୋଲି 

ଜାଣିଥିଲି....

ଜାଣିଥିଲି ବି ସିଏ ଯାହା କହୁଛି 

ସବୁ ସତ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍