STORYMIRROR

Minati Rath

Others

3  

Minati Rath

Others

ପ୍ରତାରଣା

ପ୍ରତାରଣା

1 min
168

ଜାଗାଟିଏ ମାଗିଥିଲି

ତୁମ ହୃଦୟରେ

କଥା ଦେଇଥିଲ ଡାକି

ଅତି ଆଦରରେ

ସପନ ମୁଁ ମାଗିଥିଲି

ଏ ଦୁଇ ଆଖିରେ

ଅସଂଖ୍ୟ ବୀଜ ବୁଣିଲ

ନଈ ଦୁଇ ଧାରେ

ଆଖିନଈ ଧାରେ ସୁନା

ଫସଲ ହସିଲା

ସପନର ଶାଖା ମେଲି

ବାସ ଚହଟିଲା

ମୋ' ମନ ପକ୍ଷୀଟି କାହା

ମନା ନ ମାନିଲା

ତୁମ ପ୍ରେମଜାଲେ ପଡ଼ି

ଛନ୍ଦି ହୋଇଗଲା


ରହିବାକୁ ଦେଲ ତୁମେ

ହୃଦୟ ପଞ୍ଜୁରୀ

ପୋଷା ମନାଇଲ ବାନ୍ଧି

ଆଶାର ଶିକୁଳୀ

ମୋହାବିଷ୍ଟ ଅବସ୍ଥାରେ

ଡେଣା ଦେଲା ଝାଡ଼ି

ଆକାଶରୁ ତଳକୁ ଯେ

ପଡ଼ିଲା କଚାଡି

ସପନର ମୋହ ଭାଙ୍ଗି

ଦେଖେ ଯେବେ ଫେରି

ଛଟପଟ ହେଲା ସେଠୁ

ଯିବାପାଇଁ ଉଡ଼ି

ପଞ୍ଜୁରୀଟା ଥିଲା ଶକ୍ତ

ଲୁହାର ପଞ୍ଜୁରୀ

ଅସହାୟ ହୋଇଗଲା

ଏ ମନର ଶାରୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍