STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

ପ୍ରତାରଣା

ପ୍ରତାରଣା

1 min
359


କଲିଜା ଖାଇବା ଲୋଭେ

ତୁମକୁ ମୁଁ ଆଣିଥିଲି ନଈ ମଝିକୁ

ତୁମେ କିନ୍ତୁ ବାହାନା କଲ

 ଜାମୁ ଗଛ କୋରଡର

ଧରା ଦେଲନି ଅତି ସହଜରେ ।


ତଥାପି ମୋର ଆଶା ଥିଲା 

ତୁମେ ନିଶ୍ଚୟ ଆସିବ ପାଖକୁ

ଏମିତି ଯଦି ଚାଲିଯିବାର ଥିଲା

କାହିଁ ବସୁଥିଲ ମିତ ମୋ ସହ

ତାଜମହଲଟିଏ ଗଢୁଥିଲ ମୋ ଆଖିରେ  ।


ଚାରିଆଡେ ମରୁଭୁମି ଆଉ ମରୀଚିକା

ତୃଷାର୍ତ୍ତ ବାଟୋଇଟି ସାଜି କାହିଁ

ଖୋଜିବୁଲେ ବରଗଛର ଛାଇ

କିନ୍ତୁ ତୁମେ ଯେ ସିଜୁ କଣ୍ଟାଟିଏ

ଏ କଥା ମୁଁ ଜାଣିପାରିନ ଥିଲି ।


ଭୋକ ବିକଳେ ଓଟ ସାଜି

ନିଜ ରକ୍ତ ନିଜେ ପିଇ

ପାକୁଳି କରେ ଅହରହ

ଚାତକ ଆଖିରେ ଏବେ ବି ଚାହେଁ

ତୁମେ ସିନା ଯାଇଛ ମୋତେ ଭୁଲି ।




Rate this content
Log in