Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrakanta Jena

Others

3  

Chandrakanta Jena

Others

ପ୍ରତାରଣା

ପ୍ରତାରଣା

1 min
196


ପ୍ରତାରଣା ନିଆଁ ଜୀବନେ ଲଗାଇ

ମୋ ଦେହ ଜାଳୁଛ କେତେ

ନିଆଁ ଲିଭିଯାଏ ଧୂଆଁ ଉଡିଯାଏ

ତୁମେ ନଆସଇ ପାସେ    ।


ଛାତିର କୋହକୁ ଛାତି ତଳେ ଚାପି

ବଞ୍ଚିଛି ମୁଁ ତୁମ ବିନା

ଆଖି ଲୁହ ପିଇ ବଞ୍ଚିଛି ଏବେ ମୁଁ

କାନ୍ଦିବା ଯେହେତୁ ମନା   ।


ତୁମ ସାଥେ ଭେଟ ହେବା ପାଇଁ ବୋଧେ

ହୋଇଗଲା ମୋର ଡେରି

ଅଫେରା ଫଗୁଣ ସାଥେ ଫେରିଗଲ

ତୁମକୁ ହୁଏ ମୁଁ ଝୁରି    ।


ଆଖି ଆଗେ ଉଙ୍କି ମାରେ ତୁମ ରୂପ

କାନେ ଶୁଭେ ତୁମ କଥା

ହସର ଟୁକୁଡା ରଖିଛି ସାଇତି

ଚାପି ମନ ତଳ ବ୍ଯଥା    ।


ଦୁଃଖର ବଉଦ ଘୋଟି ଅଛି ମନେ

ହଯାଇ ପ୍ରୀତି କିରଣ

ଲୁହ ଦେଖି ଯଦି ପଚାରିବ କେବେ

ଏତିକି କହିବି

ଆଖିରେ ଗୋଟେ ପଡିଗଲା କଣ   ।


Rate this content
Log in