STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ପ୍ରତାରଣା

ପ୍ରତାରଣା

1 min
258

      

ପ୍ରତାରଣା ପାଇଁ

ନୂଆ ଇତିହାସ   ଭୂଗୋଳ ବଦଳିଯାଏ

ବାଡବାଗ୍ନି ସମ 

ମନୋଜ୍ଞ ନୀଳୟ  ସେତ ଜାଳି ପୋଡ଼ିଦିଏ

କେତେ ରାଜବଂଶ

ମାଟିରେ ମିଶିଛି  ପ୍ରତାରଣାର ଶିକାରେ

ପରାଧିନ ତା’ର

ଦୁଃଖ ବଳୟେ   ବଞ୍ଚିବା ଦୁଃସହ ହୁଏ ।।


ପ୍ରତାରଣା ପାଇଁ

ବିଶ୍ଵ ସଂଗ୍ରାମ ସେ  ପ୍ରୀତିର ପିରାମିଡ୍

ଅମାପ ସୁଖର

ସଂସାର ରଜ୍ଜୁଟା    ହଠାତ୍ ପଡଇ ଛିଡି

ପ୍ରତାରକ ପ୍ରତା-

ରଣା ଯୁପତଳେ    ନିରାପରାଧୀର ବଳି

ପ୍ରପଞ୍ଚ, ବଞ୍ଚକ

 ଅନ୍ତରାଳେ ଥାଇ  ତାତ୍ସଲ୍ୟେ ମାରଇ ତାଳି ।।


ପ୍ରତାରିତ ହୋଇ

ପତନାଭିମୁଖି  କୁଶାଣ‌‌ ମୈ।ର୍ଯ୍ୟ ସାମ୍ରାଜ୍ୟ

ପ୍ରତାରିତ କର୍ଣ୍ଣ

କବଚ କୁଣ୍ଡଳ  ଦାନେ ରଖିବାକୁ ଓଜ

ସହିଦ୍ ହୋଇଲେ

ରାଣୀ ଲକ୍ଷ୍ମୀ ବାଇ ପ୍ରତାରକ ଭାଙ୍ଗେ ଧୈର୍ଯ୍ୟ

ଫାଶୀ ଖୁଣ୍ଟେ ଝୁଲେ

ଭଗତ ସିଂହ   ସହିଦ୍ ତରୁଣ ସୂର୍ଯ୍ୟ ।।


ପ୍ରତାରିତ କରେ

ଛତିଶଗଡଟା  ମହାନଦୀ ଜଳ ବାନ୍ଧି

ପୋଲାଭରମରେ  

ଆନ୍ଧ୍ର ପ୍ରତାରଣା  ଓଡ଼ିଶାର ଜଳ ରୋଧି

ରାଜନୀତିରେ ତ

ପ୍ରତାରଣା ନିତି  କେତେ କେତେ ଅଭିସନ୍ଧି

ପ୍ରତାରକ ଗୋଟେ

“ବିଷକୁମ୍ଭ ପୟୋଂ- ମୁଖ” କୃର ନାହିଁ ନୀତି ।।


ପ୍ରତାରଣା ଜାଲ

ବିଛାଇ ସ୍ଵାର୍ଥାନ୍ଧ  ମୃତ୍ୟୁର ଖେଳ ଖେଳେ

ନୀରିହ ଯୁକବ

ଯୁବତୀମାନଙ୍କୁ  ବାନ୍ଧେ ପ୍ରତାରଣା ଜାଲେ 

ଅକାଳେ ଜୀବନ 

ଜଳଇ ଚିତାରେ   ନିରୀହ ହୁଅଇ ଢାଲ

ପ୍ରତାରକ “ପ୍ରତା- 

ରିତ” ପ୍ରତାରଣା  ସମାଜ ଗଠନେ କାଳ ।।



Rate this content
Log in