STORYMIRROR

Ajaya Mahala

Others

2  

Ajaya Mahala

Others

ପ୍ରତାରକ

ପ୍ରତାରକ

1 min
13.9K


ତୁମେ ପ୍ରେମ

ପ୍ରତାରଣାକୁ ଜାଣିବ କିପରି ?

ତୁମେ ନିଜେ ଆଲୁଅ

ପଳାୟନ କରିଯାଉଥିବା ଅନ୍ଧାରକୁ ଦେଖିବ କିପରି ?

ତୁମେ କିଆଁ ଛିଟିକି ଆସିଲ

ନିୟୁତ ସୂର୍ଯ୍ୟମୁଖୀର

ଜ୍ୟୋତିର୍ମୟ ଇଲାକାରୁ

ଏଠିକି

ଯେଉଁଠି ପ୍ରତିଶ୍ରୁତିର କଢ଼ଟିଏ ବି ଖେଳେନା

କ’ଣ ପାଇବ ?

ମୁଁ ଦ୍ବନ୍ଦ ଆଚ୍ଛନ୍ନ ମନର

ପାଇଲଟଟିଏ ମାତ୍ର

ତୁମକୁ ଉଡାଯାହାଜଟିଏ କରି

ମିଛଟାରେ ଉଡାଇ ଚାଲିଛି ଯାହା ଆକାଶରେ

ଯେବେ ନିଃଶେଷ ହୋଇଯିବ ଇନ୍ଧନ

ଆଉ ତୁମେ ଖସିପଡିବ

ଖଣ୍ଡ ଖଣ୍ଡ ହୋଇ

କେଉଁ ଅଜ୍ଞାତ ବରଫାବୃତ

ଆଲାସ୍କା ପ୍ରଦେଶରେ

ମୋ ଭିତରର ପ୍ରତାରକ

ଓହ୍ଲାଇ ସାରିଥିବ

ପାରାଶୁଟ ଦ୍ୱାରା.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍