STORYMIRROR

Chinmayee Sahoo

Others

3  

Chinmayee Sahoo

Others

ପ୍ରସ୍ତାବ ଦିବସେ

ପ୍ରସ୍ତାବ ଦିବସେ

1 min
236


ପ୍ରସ୍ତାବ ଦିବସେ ତୁମକୁ ହେ ବନ୍ଧୁ

ପ୍ରସ୍ତାବ ଦେଉଛି ଆଜି

ରହିବାକୁ ଚିର କାଳ ବନ୍ଧୁ ହୋଇ

ହେବ ନି ତୁମେ ଅରାଜି।


ମୋର ହୃଦୟର ଶାମୁକା ଭିତରେ 

ତୁମ ପ୍ରେମ ସାଇତିଛି

ତୁମ କଥା ଭାବି ଦିନ ନ ସରଇ

ବିନିଦ୍ରେ ରାତି ପାହୁଛି।


ତୁମକୁ ପାଇବା ଜୀବନର ଲକ୍ଷ୍ୟ

ନ ଜାଣ କି ତୁମେ ସାଥୀ

ତୁମ ଅପେକ୍ଷାରେ ଦିବସ-ରଜନୀ

ଖୋଜେ ମୁଁ ତୁମର ପ୍ରୀତି।


ତୁମ ପାଖେ ମନ ବନ୍ଧା ପଡ଼ିଅଛି

ମୁକୁଳିବା ଇଛା ନାହିଁ

ମୋ ପ୍ରେମ ଜୀବନ ସାର୍ଥକ ହୋଇବ

ତୁମେ ଦେଲେ ଥରେ ଛୁଇଁ।


ତୁମରି ପରଶ ପାଇଲେ ଜୀବନେ

ଲୋଡା ନାହିଁ ଆନ କିଛି

ତୁମ ପୀରତିର ମଧୁର ପୀୟୂଷ

ଦିଅ ପ୍ରଭୁ ବାରେ ସିଞ୍ଚି।


ରାଧା ମୀରା କିବା ଦ୍ରୌପଦୀ ନୁହେଁ ମୁଁ

ନୁହେଁ ମୁଁ ଯଶୋଦା ଜମା

ଭକ୍ତି ଆରାଧନା ଜଣା ନାହିଁ ମୋତେ

ତୃଟି ଥିଲେ କର କ୍ଷମା।


ଭକତି ଭାବରୁ ଭରିଦିଅ ମନେ

ଏତିକି ଗୁହାରି କରେ

ଭକ୍ତ- ଭଗବାନ ଅତୁଟ ବନ୍ଧନ 

ଥାଉ ସଦା ହୃଦୟରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍