STORYMIRROR

Samar Ballav Bhoi

Others

4  

Samar Ballav Bhoi

Others

ପ୍ରଶ୍ନରେ କବିତା

ପ୍ରଶ୍ନରେ କବିତା

1 min
182

  

ହସ ଖୁସିର ପରିଧି ଭିତରେ

ସମୟର ପ୍ରଖର ସ୍ରୋତରେ

ବଦଳିଯାଉଛି କି ମଣିଷର ଭାବନାର ରଙ୍ଗ?


କର୍ତ୍ତବ୍ୟର ବାହାନ ଭିତରେ

ଅହଙ୍କାରର ଶାଣିତ ପ୍ରହାରରେ

ଭୁଲିଯାଉଛି କି ମଣିଷ ବାସ୍ତବତାର ଶବ୍ଦ?


ବିଶ୍ୱାସର ପରଦା ଭିତରେ

ଅବିଶ୍ୱାସର ଅଭିନୟରେ 

ଅଟକିଯାଉଛି କି ମଣିଷର ବାସ୍ତବତାର ରୂପ?


ସତ ମିଛର ଲଢେଇ ଭିତରେ

କଳହର କ୍ଷେପଣାସ୍ତ୍ରରେ

ଲୁଛିଯାଉଛି କି ମଣିଷର ସତ୍ୟର ଶବ୍ଦ?


ଶାନ୍ତି ଅଶାନ୍ତିର ଦହନ ଭିତରେ

ଜଞ୍ଜାଳର କୁହେଳିକା ଭିତରେ

ଭାଙ୍ଗିପଡୁଛି କି ମଣିଷର ମନର ବିଶ୍ୱାସ?


କ୍ରୋଧ ହିଂସାର ଶିକାର ଭିତରେ

ଅବୁଝା ଆସକ୍ତିର ଛଳନାରେ

ଭୁଲିଯାଉଛି କି ମଣିଷ ନିଜର ସ୍ଥିତି? 


ଲୋଭ ମୋହର ମାୟା ଜାଲରେ 

କାମନା ବାସନାର ଆୟତ୍ତରେ

ମିଶିଯାଉଛି କି ମଣିଷ ଜୀବନର ଶକ୍ତି?


ଆଘାତ ଅପମାନର ଝଡରେ

ଧୈର୍ଯ୍ୟର ଅଣାୟତରେ

ଭାଙ୍ଗିପଡୁଛି କି ମଣିଷ ହୃଦୟର ବିଶ୍ୱାସ? 


ନିରାଶା ଦୁଃସ୍ଵପ୍ନର ଭିଡ଼ ଭିତରେ

ଆଶାର ଅମାନିଆ ଗତିରେ 

ବୁଡିଯାଉଛି କି ମଣିଷ ସ୍ୱପ୍ନର ଦୃଶ୍ୟ? 


ଅହଙ୍କାର ଅହଂ ଭାବର ପ୍ରଲେପରେ

ଅମାନିଆ ମନର ପ୍ରବେଶରେ

ଭୁଲିଯାଉଛି କି ମଣିଷ ନିଜର କର୍ମ?


ସକାଳରୁ ସନ୍ଧ୍ୟା ଭିତରେ

ସୂର୍ଯ୍ୟଙ୍କ ଛାଇ ଆଲୁଅରେ

ଭୁଲିଯାଉଛି କି ମଣିଷ ନିଜର କର୍ତ୍ତବ୍ୟ?


ପ୍ରଶ୍ନର କବିତା ଭିତରେ

ଭାବନାର ସହରରେ

ଛାଡଯାଉଛି କି ମଣିଷ ଆଉ କିଛି ପ୍ରଶ୍ନ?


 




  


 







Rate this content
Log in