ପ୍ରଶ୍ନବାଚୀ
ପ୍ରଶ୍ନବାଚୀ
1 min
147
କିଛି ବି ଆବେଗ ନାହିଁ
ନାହିଁ କିଛି ସୁଖ ଅବା ଦୁଃଖ
ଖାଲି ଟିକେ କାନ୍ଦିଦେଲେ
ମେଣ୍ଟିଯାଏ ସବୁତକ ଭୋକ I
ଯେତେ ଅଳି ଯେତେ ଅରଦଳି
ପୂର୍ଣ୍ଣହୁଏ ଟିକେ କାନ୍ଦିଦେଲେ
ତା ହସରୁ କେତେ ଆଖି
ପ୍ରଷ୍ଫୁଟିତ ଫଲସବୁ ତୋଳେ I
ଟିକିଏ କୁଆଁ ଶବ୍ଦରେ
ଚହଲିଯାଏ କେତୋଟି ହୃଦୟ
ସମସ୍ତଙ୍କ ନୟନର ତାରା ପରା ସିଏ
ସମସ୍ତଙ୍କ ଆଖି ଭର୍ତ୍ତି ସ୍ୱପ୍ନର ବଳୟ I
ହେଲେ ଏବେ କେହି ଜଣେ
କହି କି ପାରିବ ସତେ ?
ଏଇ ସବୁ ଆଖିତଳେ
ଟଳମଳ ସ୍ୱପ୍ନର କଳିକା ସବୁ
ବାସ୍ତବରେ ଫୁଲହୋଇ ଫୁଟେ ??
ତଥାପି ଏ ଦୁନିଆଁର ଗତି ଆଜି
ହୋଇ ନାହିଁ ସ୍ଥିର
ଆସିବା ଓ ଯିବା ସହ
ସୁଖ ଦୁଃଖ ଫେଣ୍ଟି ହୋଇ ଚାଲିଛି ସଂସାର I
