STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ପ୍ରଫୁଲ୍ଲ ଫୁଲ ମୁଁ ବନମାଳୀ ବନମାଳେ

ପ୍ରଫୁଲ୍ଲ ଫୁଲ ମୁଁ ବନମାଳୀ ବନମାଳେ

1 min
590



• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ତୁମକୁ ଖୋଜୁଛି ଅଦେଖା ଅନାମ

• ଓଁକାର ବିନ୍ଦୁ ଅଦୃଶ୍ୟ

• ଛାର ନର କାହିଁ ଶକ୍ତି ଭକ୍ତି ଚର୍ମ-

• ଚକ୍ଷୁ ରେ କି ହେବ ଦୃଶ୍ୟ ।।

• କେଉଁଠି ସରଗ ବଇକୁଣ୍ଠ ପୁର

• କେଉଁଠି ବ୍ରହ୍ମ ଆସନ

• ପ୍ରକୃତି ପୁରୁଷ ଖେଳେ ସରଜନା

• କରେ କିଏ ସେହି ବ୍ରହ୍ମ ।।

• ଶୂନ୍ୟ ଦେହି ଶୂନ୍ୟ ମଣ୍ଡଳେ ବିରାଜେ

• ଗୁପତେ କରଇ ଖେଳ

• ତା ଜ୍ୟୋତି ପରସେ ସୃଷ୍ଟ ହୃଷ୍ଟ ଉର୍ଜା

• ଦୃଶ୍ୟ ଏହି ଚରାଚର ।।

• ଆକାଶ,ଅବନୀ, ତଳ,ରସାତଳ,

• ସୂର୍ଯ୍ୟ, ଚନ୍ଦ୍ର,ଗ୍ରହ,ତାରା

• ରୂପେ ବିଦ୍ୟମାନ ନିର୍ଲିପ୍ତ ପୁରୁଷ

• ଏ ଜୀବନ ଧ୍ରୁବତାରା ।।

• ଅବଧୂତ ଧୂଳି ଧୂସରିତ ଦେହା

• ଅଲେଖ କି ନିରଞ୍ଜନ

• ଅଦୃଶ୍ୟ ମନ୍ଦିରେ ଅଧିଷ୍ଠିତ ଭକ୍ତ

• କହେ କେଡ଼େ ମନୋରମ ।।

• ଅନନ୍ତ ସୃଜନ ଅନନ୍ତ ଭୂବନ

• ସୃଜନ କାରି ଅନନ୍ତ

• କି ଖୋଜିବି ଅନ୍ତ କାହିଁ ତାର ଅନ୍ତ

• ପୁଣି ସର୍ବତ୍ର ବିଦିତ ।।

• ବିସମ,ବିସ୍ମୟ ଓଁକାର ପୁରୁଷ

• ସୁପ୍ତ ପୁଣି ସେ ଜାଗ୍ରତ

• ସମସ୍ତ ଶକ୍ତିର ଅଧିକାରୀ ତାକୁ

• କେଉଁଠି ଖୋଜିବୁ ଖୋଜ ।।

• ଦୟାନିଧି ଦୟା କରିଲେ ପ୍ରଫୁଲ୍ଲ

• ଫୁଲ ହୋଇ ତାରଗଳେ

• ଜଡିଯିବ ଦେହେ ମୋ ଦେହ କୁସୁମ

• ବନମାଳୀ ବନମାଳେ ।।



Rate this content
Log in