STORYMIRROR

Krushnapriya Mohapatra

Others

3  

Krushnapriya Mohapatra

Others

Prompt 6-- ବିଷ

Prompt 6-- ବିଷ

1 min
12K

ବିଷ ବଳୟରେ ବଞ୍ଚିଛି ମଣିଷ

ଖେଳୁଛି ମୃତ୍ୟୁ ସାଥେ

ଦୂରେ ଘୁଞ୍ଚି ଯାଏ ଜୀବନ ର ରାହା

ଧ୍ୱଂସ ଆଡକୁ ଧାଏଁ


ବିଶ୍ୱେ ଅସୁମାରୀ କଳ କାରଖାନା

ବଢେ ସିନା ଅର୍ଥବଳ

ବଢ଼ିଚାଲି ଥାଏ ଧୂଆଁ ଧୂଳି ଯେତେ

ନଷ୍ଟ ହୁଏ ଜଳ ସ୍ଥଳ।


ନୀଳ ଆକାଶର ସୌନ୍ଦର୍ଯ୍ୟଶିରି

ଦେଖେ କି ମଣିଷ କେବେ?

ନିଶ୍ୱାସ ନିଅଇ ଜହର ପିଅଇ

ନାଶ ହେବ ଅବିଳମ୍ବେ।


ଜଳ ରେ ମିଶଇ ଭାସି ପାଉଁଶ

ଜଳ ହୁଏ ଯେ ବିଷାକ୍ତ।

ପିଏ ସେ ଜଳ କୁ ପାଳିତ ପଶୁ

ଅକାଳେ ହୁଅଇ ଲୁପ୍ତ।


ଅଦିନେ ଭୋଗଇ ଅକାଳ ବାର୍ଦ୍ଧକ୍ୟ

ହୋଇଥାଏ ରୋଗାକ୍ରାନ୍ତ।

ତଥାପି ବୁଝେନା ପରିଣତି ତାର

ଅର୍ଥ ଦ୍ୱାରା ଯେ ବିଭ୍ରାନ୍ତ।


ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ

କରିବା ସହିତ ଆମେ

ସୁସ୍ଥ ସମାଜ ଗଠନ ନିମନ୍ତେ

ବ୍ରତୀ ହେବାଯେ ସମସ୍ତେ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍