STORYMIRROR

Sandhyarani dash

Others

3  

Sandhyarani dash

Others

ପ୍ରଣତୀ ଘେନ

ପ୍ରଣତୀ ଘେନ

1 min
173

ହେ ଚକାନୟନ ଆହେ ଘନଶ୍ୟାମ

ବ୍ୟାକୁଳ ହୃଦୟେ ଡାକେ,

ଅଥଳ ଜଳରେ ବୁଡ଼ି ବୁଡ଼ି ଯାଏ

ମନେ ମନେ ସଦା ଡାକେ।


ଜାଣି ନାହିଁ ମୁହିଁ ପୂଜା ଅ ରଚନା

ଜଣା ନାହିଁ ମୋତେ କିଛି,

ବୁଝାଇ ଦିଅ ହେ ଜୀବନ ର ମନ୍ତ୍ର

ଭଲ ବାଟ ଦିଅ ବାଛି।


କେତେ ଦୂରେ ତୁମେ ରହିଅଛ ପ୍ରଭୁ

ଦର୍ଶନ ଦିଅ ହେ ଥରେ,

ଏତେ ନିରିଦୟ ହୁଅ ନାହିଁ ପ୍ରଭୁ

ଦୁଃଖିନିକୁ ଚାଂହ୍ ବାରେ।


ମୋ ମନର ବ୍ୟଥା ବୁଝିକି ପାରୁ ନ

ବୁଝି କି ଅବୁଝା ରୁହ

ହେ ବିଶ୍ଵ କରତା ହେ ବ୍ରମ୍ଭାଣ୍ଡ ପିତା

କାହିଁକି ନୀରବ କୁହ।


ତୁମ ବିନା ନାହିଁ ଜୀବନ ର ମାନେ

ତୁମେ ଜଗତ ପିତା,

ତୁମେ ପରା ଅଟ ହରତା କରାତା

ହେ ମୋର ବିଶ୍ଵ ବିଧାତା।


ଆହେ ମହାପ୍ରଭୁ ବଳିଆର ବାହୁ

ତୁମ ପଦେ ଲୟ ଥାଉ

ପ୍ରଣତି ଘେନ ହେ ମୋ କଲାଠାକୁର୍

ଏତିକି କରୁଣା ହେଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍