STORYMIRROR

jagabandhu sahu

Others

4  

jagabandhu sahu

Others

ପରମ୍ପରା

ପରମ୍ପରା

1 min
507

ବାର ମାସେ ତେର ପରବ ଯେଉଁଠି

    ସେଇ ମୋ ଉତ୍କଳ ଭୂଇଁ

କଳା ଓ ସଂସ୍କୃତି, ନୀତି ପରମ୍ପରା

   ରହିଛି ତା' ଦେହେ ଛାଇ ।

ଭାଲେରି ସେ ପାଖେ ଲୁଚିଗଲେ ରବି

   ସଞ୍ଜ ଯେବେ ଆସେ ନଇଁ

ଓଡ଼ିଆଣୀ ମାନେ ସଞ୍ଜ ବାଢ଼ିଥାନ୍ତି 

     ପରିବାର ସୁଖ ପାଇଁ ।

ସକାଳ ଧୂପରେ ସଞ୍ଜ ଆଳତୀରେ

    ପରିପୂର୍ଣ୍ଣ ଏଇ କ୍ଷେତ୍ର

ଉତ୍କଳ ନାମରେ ଜଗତେ ବିଖ୍ୟାତ 

   କାଳିଆ ତ' ଛାୟାଛତ୍ର ।।


Rate this content
Log in