STORYMIRROR

Bunee Tripathy

Others

3  

Bunee Tripathy

Others

ପରମଆତ୍ମାଙ୍କ ପୟରେ

ପରମଆତ୍ମାଙ୍କ ପୟରେ

1 min
204


ସଂସାରେ ହୋଇଣ ତ ଜାତ

ଭଜୁଥା ଏକାତୁ ଅଚୁତ୍ଯ।

ଯମଦଣ୍ଡରୁ କରେ ତ୍ରାହି

ଶ୍ରୀ ହରି ନାମତ ଗୋସାଇଁ।

ମିଛରେ ବୋଲୁ ମୋରମୋର

କେହି ନୁହେଁ ଏଠି କାହାର।

ଜାୟା ବୋଲି କରୁ ଆଦର

ତୋ ସାଙ୍ଗେ ଛାଡେନି ସଂସାର।

ପରକୁ ଆପଣାର ମଣି

ପାରି କରିବୁ ବୈତରଣୀ।

ସଂସାର ତ୍ଯାଗି ଯୋଗିଜନେ

ଧ୍ଯାନତ ଅନାଦି ଚରଣେ।

ବୁଝିତୁ ଯିବୁ ଯେତେ ଶିଘ୍ର

ମିଥ୍ଯାରେ ହେବୁନାହିଁ ବ୍ଯଗ୍ର।

ସୃଷ୍ଟିତ ଅନାଦି ଈଶ୍ବର

ମନତ ରହୁ ନିରନ୍ତର।

ଭବସାଗରେ ଘାଣ୍ଟିହେବୁ

ମାୟାରେ ଯେତେ ତୁ ପଡିବୁ।

ଆତ୍ମା ମିଳନ କୁଶଳରେ

ପରମଆତ୍ମାଙ୍କ ପୟରେ।

ପାପପୂଣ୍ଯର ବିଚାରରେ

ଶାସ୍ତି ବିଧାନ କରେ ବାରେ।

ତତଲା ତେଲର କଡେଇ

ଛାଣିବେ ଯମଗଣ ନେଇ।

ଧର୍ମ ଅର୍ଜନ ପୂଣ୍ଯକରି

ପାପରୁ ନିସ୍ତାରିବେ ହରି।

ସଂସାର ମାୟାର ବନ୍ଧନୁ

ଉଦ୍ଧାର କରିବେ ଅତନୁ।

ବୈରାଗୀ ଜନଙ୍କ ସଙ୍ଗତ

ସ୍ବର୍ଗପୁରୀକୁ ଖୋଲେ ପଥ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍