STORYMIRROR

SushreeShibanee Das

Others

1  

SushreeShibanee Das

Others

ପରମାର୍ଥ ସଙ୍ଗମରେ

ପରମାର୍ଥ ସଙ୍ଗମରେ

1 min
2.5K


ନା ଆଲୋକ ଦରକାର, ନା ଆନନ୍ଦ ଦରକାର,

ଯେତେ ଦୁଃଖର ଅନ୍ଧାର ମିଳୁ ପଛେ !

ନା ପରିଚୟ ଦରକାର, ନା ଆପଣାର ଦରକାର,

ସବୁ ଅସ୍ତିତ୍ଵ ହଜିଗଲେ ଯାଉ ପଛେ !!

ନା ପ୍ରାପ୍ତିର ଇଚ୍ଛା ଅଛି, ନା ଅବସୋସ ଶାନ୍ତି ନପାଇବାର,

ସବୁ ଲୁହ ସବୁ କୋହ ପିଇଯିବି ପଛେ !!!

ଅଙ୍ଗରେ ଅଙ୍ଗରେ,

ପ୍ରତି ଲୋମରେ...

ପ୍ରତି ଶ୍ୱାସରେ...

ପ୍ରତି କ୍ଷଣରେ...

ପ୍ରତି ଚିନ୍ତନରେ...

ପ୍ରତି ଅଵଲୋକନରେ...

ମୋତେ ଖାଲି ତୁମେ ଦରକାର

ମୋତେ ଖାଲି ତୁମେ ଦରକାର । 

ଝୁମିବାକୁ ଚାହେଁ, ରମିବାକୁ ଚାହେଁ

ଶରୀର ଅଶରୀରର ଊର୍ଦ୍ଧ୍ଵରେ,
ଆତ୍ମାରୁ ପରମାତ୍ମାର ପରମାର୍ଥ ସଙ୍ଗମରେ... !!!


Rate this content
Log in