STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Others

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Others

ପ୍ରଳୟ

ପ୍ରଳୟ

1 min
299

ମାଟି ହାଣ୍ଡି ସମ ସମଗ୍ର ସଂସାର

    ପ୍ରକୃତିରୁ ହୁଏ ସୃଷ୍ଟି 

ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଇ ପୁଣି

  ମାଟିରେ ଯାଏ ତା ମିଶି ।।

ସୃଷ୍ଟି ଉତ୍ପତିର ବିପରୀତ କ୍ରମେ

   ଜଗତର ହୋଇ ଧ୍ୱଂସ 

ଦୃଶ୍ୟମାନ ଏହି ସମଗ୍ର ଜଗତ

   ହୁଏ ପଞ୍ଚମହାଭୂତ ।।

ପଞ୍ଚମହାଭୂତ ପର୍ଯ୍ୟାୟ କ୍ରମରେ

  ହୋଇ ଭିନ୍ନ ଭିନ୍ନ ତତ୍ତ୍ୱ

ତନ୍ମାତ୍ର ଇନ୍ଦ୍ରିୟ ଅହଙ୍କାର ତତ୍ତ୍ୱ

  ପରେ ହୁଏ ମହତତ୍ତ୍ୱ ।।

ଶେଷେ ମହତତ୍ତ୍ୱ ପ୍ରକୃତି ରୂପରେ

   ହୁଏ ପୁଣି ରୂପାନ୍ତର 

ପ୍ରକୃତିରୁ କ୍ରମେ ସୃଷ୍ଟି ହୋଇଥାଏ

   ଜୀବଜଗତ ସଂସାର ।।

ସୃଷ୍ଟି ସମୟକୁ ପ୍ରଳୟ ସମୟ

   ସର୍ବଦା ରହେ ସମାନ 

ଚାରିଶହ ବତୀଶ କୋଟି ବର୍ଷରେ

   ହୋଇଥାଏ ସମାପନ ।।

ସତ୍ତ୍ୱ ରଜଃ ତମ ଏହି ତିନି ତତ୍ତ୍ୱ

   ଯେବେ ହୁଏ ସମାହାର  

ପ୍ରକୃତିକୁ ସୃଷ୍ଟି କଲା ପରେ ଯାଇ

   ଉତ୍ପନ ହୁଏ ସଂସାର ।।

ଲୌହରେ ଯେସନେ କଳଙ୍କି ଧରିଲେ

   କାମରେ ତା ଲାଗେ ନାହିଁ 

ତାକୁ ତରଳେଇ ନୂଆ ରୂପ ଦେଇ

   ପୁଣି ବ୍ୟବହାର ହୋଇ ।।

ସେହିପରି ଏହି ଜୀବାତ୍ମାମାନଙ୍କ 

    ଅଭାବ ପୂରଣ ପାଇଁ

ସୃଷ୍ଟିର କ୍ଷମତା ପାଏ ନାହିଁ ଯେବେ

   ପ୍ରଲୟର ସୃଷ୍ଟି ହୋଇ ।।

ଈଶ୍ୱରଙ୍କ ଇଚ୍ଛା ପରିପୂର୍ଣ୍ଣ ହୋଇ 

   ସୃଷ୍ଟି ହୋଇଯାଏ ଧ୍ୱଂସ 

ପ୍ରଲୟର ଅନ୍ତେ ନୂତନ ସୃଷ୍ଟିର

    ହୁଅଇ କ୍ରମ ବିକାଶ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍