STORYMIRROR

Minakshi Samal

Others

3  

Minakshi Samal

Others

ପ୍ରକୃତିର କିମିଆ

ପ୍ରକୃତିର କିମିଆ

1 min
407


ପ୍ରସ୍ତର ବକ୍ଷରୁ ଝରଇ ଝରଣା

ଝରୁଥାଏ ନିରନ୍ତର

ସବୁଜିମା ଚତୁର୍ଦ୍ଦିଗରେ ତା'ବ୍ୟାପ୍ତ

ସତେ ସବୁଜ ଚାଦର।

ପିତ,ଲୋହିତ,ନୀଳ ଏବଂ ସବୁଜ

ରଙ୍ଗରେ ରଙ୍ଗୀନ ଧରା

ପାହାଡ,ପର୍ବତ,ନଦୀ ଓ ବୃକ୍ଷରେ

ସମଗ୍ର ପ୍ରକୃତି ଘେରା।

ସୁନୀଳ ନଭଟି ତାରକା ଖଚିତ

ମଧ୍ୟ ସ୍ଥଳେ ଚନ୍ଦ୍ର ସୋହେ

ଦିବସେ ତପତି ରାତ୍ରିରେ ଚନ୍ଦ୍ରମା

ସଭିଁଙ୍କର ମନ ମୋହେ।

ଗ୍ରୀଷ୍ମ ପରେ ବର୍ଷା, ଶୀତ ଓ ବସନ୍ତ

ଋତୁଚକ୍ର ଗତିମାନ

ଜୀବନ ଦର୍ଶନର ଶିକ୍ଷା ଦିଅଇ

ଦୁଃଖ ପରେ ସୁଖ ସ୍ଥାନ।

କଷ୍ଟ କରେ ଯିଏ କୃଷ୍ଣଙ୍କୁ ସେ ପାଏ

ଏହା ଅଟେ ଗୁଢ଼ ସତ୍ୟ

ପ୍ରକୃତି ନିୟମ ସର୍ବତ୍ର ସମାନ

ସରଗ ହେଉବା ମର୍ତ୍ତ୍ୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍