ପ୍ରକୃତିର ଡାକ
ପ୍ରକୃତିର ଡାକ
ରଜା ଗଲା ଏବେ ପୁଞ୍ଜିପତିର
କୁଞ୍ଜେ ବାଜିଲା ବୀଣା,
ରାଜନୀତି ହାଟ ବଜାରେ ହୋଇଲା
ରାଜନୀତି ବିକା କିଣା।
ଭ୍ରଷ୍ଟାଚାର ମଧ୍ୟେ ଶିଷ୍ଟାଚାର ଲୋପ
ଶିକ୍ଷା ବିକାଶକୁ ନେଇ,
ପ୍ରକୃତି ସାଜିଛି ବିକ୍ରୁତି ଆଜି
ଦେଶ ବିକାଶର ପାଇଁ।
ପଞ୍ଚଭୂତ ଆଜି ଧ୍ୱଂସ ମୁଖରିତ
ବିଜ୍ଞାନର କୌଶଳରେ,
ସୁଜ୍ଞାନୀ ପାଇବା ସପନ ସାଜିଛି
ବିଶେଷ ଜ୍ଞାନର ବଳେ।
ସନ୍ଥ ସେବା ଆଜି ପାନ୍ଥଶାଳା ବିନା
ସଭିଏଁ ତ ସାଧୁ ଏଠି,
ବିବେକ ପଣତ ସବୁରି ନିକଟେ
କାହାକୁ ଦେବାରେ ଭେଟି।
ଦେବତା କହିବା ସଞ୍ଜ ସକାଳ
ଦିନ ଭରା ଚିନ୍ତା କର୍ମେ,
ଯୋଗ, ଜପ, ତପ, ପୁରାଣ, କହାଣୀ
କିଏ ବା ବୁଝିବ ମର୍ମେ।
ମନ୍ତ୍ର ହଜିଛି ଜନ୍ତ୍ର ଆଗରେ
ତନ୍ତ୍ର ଗଲାଣି ଲୁଚି,
ରାଜତନ୍ତ୍ର ଆଗେ ଲଜ୍ଜିତ ଆଜି
କୋଟା ନିତି ଭାବ ଯୋଚି।
ହରଣ ମାରଣ ପ୍ରତିଦିନ ଏଠି
ତାରଣକାରୀ ତ ନାହିଁ,
ପାପର ଶିକାରେ ପୂଣ୍ୟ ବିକଳେ
କାନ୍ଦୁଅଛି କଇଁ କଇଁ।
ସରି ଆସିଲାଣି ପାପର ବଜାରେ
ପୂଣ୍ୟ ର କିଣାବିକା,
ଇଜ୍ଜତ ବୋଲିବା ଲଜ୍ଜିତ ଆଜି
ମଜ୍ଜିତ ମାଦକେ ଏକା।
ନାରୀ ସଦା ଅଟେ ସ୍ରୁଷ୍ଟିରେ ନମସ୍ୟା
ନାହିଁ ଆଜି ତାଙ୍କ ଶିରୀ,
ଶିକ୍ଷିତ ସମାଜେ ହଜି ଗଲା ଶେଷେ
ମୋହ ଅନ୍ଧାରେ ଜଡି।
ଭାଷା, ଯୋଶା, ଚଷା, ବିଦାରିତ ଆଜି
ଧରା କାନ୍ଦେ ବିଷ ପିଇ,
ପଞ୍ଚ ମହାଭୂତ କଳଙ୍କିତ ସତେ
ପ୍ରକ୍ରୂତୀ ଗତିକୁ ନେଇ।
ମର୍ମ ନଥାଏ କଥାର ଦେହରେ
ବିକ୍ରୁତ ଭାଷାର ଛନ୍ଦେ,
ସ୍ୱ କ୍ରୁତ ପାଶୋରି ବଡ଼ ପଣ ବଳେ
ନିଜ ଆଧିପତ୍ୟ ବନ୍ଦେ।
ଦାନୀ ବୋଲାଇବା ବଡପଣ ଖାଲି
ଦାନର ମହତ କାହିଁ,
ଦରିଦ୍ର କାନ୍ଦୁଛି ଦୁନିଆଁ ଦାଣ୍ଡରେ
ମୁଠିଏ ଆହାର ପାଇଁ।
ବଖାଣି ବସିଲେ ଗଣିତ ନୁହଇଁ
ମାନବ ପ୍ରକ୍ରୂତୀ ଯାହା,
ମନ ଦେଖାଣିଆ ଭାବର ସ୍ଵଭାବ
ମୁହଁ ଦେଖା ଦିଆନିଆ।
ହଜିତ ଗଲାଣି ପ୍ରକ୍ରୂତୀ ସଜଡା
ବିକାଶ ସାଜିଛି ଧ୍ବଂସ,
କାହିଁ ଦୋଷ ଦେବା ପ୍ରକ୍ରୂତୀ ରାଣୀକୁ
ତା ଦେହେ ଢାଳୁଛେ ବିଷ।
ଇଷ୍ଟ କେବେ ଭାଇ କଷ୍ଟ ନ ଦିଅନ୍ତି
ଶିଷ୍ଟାଚାର ଥିବା ଯାଏ,
ନଷ୍ଟ କରି ନିଜେ ମାନବ ନିଜକୁ
କଷ୍ଟ ମୁଖେ ଧାଇଁ ଥାଏ।
🌹🌹🌹🌹🌹🌹
ଜୟ ଜଗନ୍ନାଥ ସ୍ବାମୀ
🙏🙏🙏🙏
ବିଷ୍ଣୁ ପ୍ରସାଦ ମିଶ୍ର
କୋରାପୁଟ
