ପ୍ରକୃତି
ପ୍ରକୃତି
1 min
6.0K
ନଈତୁଠେ ନଇଁ ଦିନେ,
ବେଣୁଧର ବେନି କରେ ଧରି,
କରେ ସେ ବେଣୁ ବାଦନ,
କୁଳୁ କୁଳୁ ନାଦେ,
ବହିଯାଏ ନଈପାଣି,
ଗାଇ ସୁମଧୁର ତାନ l
ଗାଈ ଗୋଠ ତାର,
ଗୋଧୁଳି ବେଳାରେ,
ଲେଉଟାଣି ପାଇଁ ହେଲେ ଉଛ୍ଛନ୍ନ,
ସୁରୁଯର ଦିନାନ୍ତ ଆଭା,
ଦୂର ପାହାଡ ମଝିରେ,
ଦିଶେ କେତେ ମନୋରମ l
କୋଇଲିର କୁହୁ ତାନେ,
ପରଜାପତିର ଗହନେ,
ମନ ହେଉଥାଏ ଆନନ୍ଦମୟ,
ଦିନ ଶୋଇଯାଏ,
ରାତିର କୋଳରେ,
ଅପେଖ୍ୟା କରିରହେ ପୁଣି ସକାଳ l
ଶୀତ ସକାଳର କାକରରେ,
ସକଳ କଷ୍ଟ ଭୁଲିଯାଇ,
ଆରମ୍ଭ ହୁଏ ଏକ ନୂତନ ଯାତ୍ରା,
ମନେ ଆସେ କେତେ,
ନୂଆ ପାଇବାର ଆଶା,
ପୁଣି...
କେତେ ସଫଳତାର ରାହା l
ବୈଷ୍ଣବ ମେହେର
ଗଣ୍ଡାବାହାଲି
