STORYMIRROR

samhita jena

Others

3  

samhita jena

Others

ପ୍ରକୃତି

ପ୍ରକୃତି

1 min
192

ପହିଲି ଆଷାଢ଼ ଯେବେ

    ମାଟିକୁ ଛୁଇଁଲା

ଭୁରୁ ଭୁରୁ ବାସ୍ନା ତାର

     ମନକୁ ମୋହିଲା।


ଅଙ୍କୁରିତ ହେଲା ବୀଜ

      ମାଟି ବକ୍ଷ ଚିରି

ଭରିଗଲା ସବୁଜିମା

       ଫିଟିଲା ତା ଶିରି।


ଶଶ୍ୟରେ ଭରିଲା ଏଠି

        ପ୍ରିତୀ ଲଗ୍ନା ମାଟି

ଫୁଲ ଫଳେ ଭରିଗଲା

      ବୃକ୍ଷ ଗୋଟି ଗୋଟି।


ହଜିଗଲା ମନ ଦେଖି

      ପ୍ରକୃତି କୋଳରେ

ବିଚରନ୍ତି ଜୀଵ ଜନ୍ତୁ

       ପକ୍ଷୀ ବି ବିହରେ।


ଯାହା ଏଠି ଦେଖୁ ସବୁ

       ପ୍ରକୃତିର ଦାନ

ସ୍ବାସ୍ଥ୍ୟକର ପରିବେଶ

       ମାଟି ତା ମହାନ।


ସର୍ବଂସହା ଗୁଣ ଦିଏ

       ମହାନ ବାରତା

ପାଳୁଥାଏ ଦୁନିଆକୁ

        ଭୁଲି ନିଜ କଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍