ପ୍ରକୃତି
ପ୍ରକୃତି
1 min
204
ନାହିଁ ମନୁଷ୍ୟର ବୃଥା ଅହଂକାର,
ନିରବ ନିଶ୍ଚଳ ଆଜି ସମଗ୍ର ସଂସାର।
କ୍ରୋଧ, ହିଂସା, ମାୟା, ମୋହ ସବୁ ଆଜି ଦୂର,
ପୃଥିବୀ ଦିଶେ ଏବେ ସବୁଜ ସୁନ୍ଦର।
ପ୍ରକୃତି ମେଲିଛି ତା'ର ସବୁଜ ସମ୍ଭାର,
ଉପଭୋଗ ପାଇଁ ନାହିଁ ସମୟ କାହାର।
ପ୍ରକୃତି ସହିଛି କେତେ ଅତ୍ୟାଚାର,
ରକ୍ତମୁଖା ପାଲଟିଛି ବଦନ ତାହାର।
ଭୟଭୀତ ଲୋକେ ଗାଁଠୁ ସହର ,
ବାରି ହୋଇ ପଡ଼ୁଛି ସନ୍ଦେହୀ ନଜର।
ପ୍ରତିକ୍ଷଣର ଏହି ନିର୍ଘାତ ପ୍ରହାର,
ବଳି ପଡେ ଏଠି ମାନବିକତାର।
