STORYMIRROR

Chittaranjan Nanda

Others

4  

Chittaranjan Nanda

Others

ପ୍ରକୃତି ନିୟମର ପଣ କର ସୁରକ୍ଷାର

ପ୍ରକୃତି ନିୟମର ପଣ କର ସୁରକ୍ଷାର

1 min
224


ଝରଣା ଝରିଥାଏ ଉଚ୍ଚ ପର୍ବତରୁ,

ବହେ ସେ ତଳକୁ ତଳ

ଏହି ନିୟମକୁ ଦେଖି ତ ମଣିଷ, ସୃଷ୍ଟି କରେ 

ଯାହା ପଶିଲା ବୁଦ୍ଧିକୁ ।


ପାହାଡରୁ ଗଡି ପଥର ସହିତ ପଥର ବାଜି

ନିଆଁର ତ ସୃଷ୍ଟି ହେଲା

ତା ଶି଼କ୍ଷାରେ ପଥ ପ୍ରଦର୍ଶକ ଭାବେ ବହୁ କଥା

ଗଢ଼ି ତୋଳି ମଣିଷ କ୍ଷୁଧା ମେଣ୍ଟାଇଲା ।


ଗଛରୁ ଖସିଲା ମଂଜି, ହୋଇଲା ଗଛ, ଦେଖି

ଚାଷ କାମ ମଣିଷ ଜାଣିଲା

ମେଣ୍ଟାଇବା ପାଇଁ ଶୋଷ ଆଉ ଭୋକ, ଆଜିର

ବୈଜ୍ଞାନିକ ଚାଷ ସୃଷ୍ଟି ହେଲା ।


ନିଜେ ସହି ଦୁଃଖ ଓ କଷ୍ଟର ଅମାପ ପାହାଡ଼

ଗଢି ଦିଏ ମାଟିର ସରଗ ସେ 

ଫୁଟାଏ ସେ ସୂକ୍ଷ୍ମ ପାରିଜାତ,

ନିଜେ ସଡ଼ି, ପରଶି ଦିଏ ମମତା'ର ମାୟା ।


ପ୍ରକୃତିରୁ ଯାହା ଶିଖିଲା ମଣିଷ, ସେ ଶିକ୍ଷାରେ

ଗଢ଼ିଲା ଯାହା ଦେଖୁଛେ 

କିଏ ଯନ୍ତ୍ରୀ କିଏ ଚିକିତ୍ସକ କିଏ ବୈଜ୍ଞାନିକ

ନିଜକୁ ତ ବୋଲାଉଛେ ।


ଏ ମଣିଷ କୃତ୍ରିମତାରେ ଗଢ଼େ ଯେତେ ଯନ୍ତ୍ର

କଳ ଓ କାରଖାନା

ତାହା ସବୁ ପ୍ରକୃତିର ଦାନ, ଉଦ୍ଭାବନ କେବେ

ଘଟେନି ତା'ର ବିନା ।


ପ୍ରକୃତି, ତା ପାଇଁ ବଞ୍ଚିଛି ଜଗତ, ସେ ସତ୍ୟ ଶାଶ୍ୱତ,

ସେ ତ ଧ୍ୱଂସଠୁ ଉର୍ଦ୍ଧର

ପ୍ରାଣୀଠୁ ଉଦ୍ଭିଦ କୀଟ ତରୁଲତା ସଭିଁଙ୍କ ଆଦର ସେହି

ତୁଳନା ନଥାଏ ତାର ।


ଗୋଟିଏ ବୃକ୍ଷରେ କୋଟିଏ ଜୀବନ ବଞ୍ଚିବାର 

ଇଏ ମୂଳ ଉପାଦାନ

କିପରି ଭୁଲୁଛ, ଏହି ପ୍ରକୃତିକୁ, ସୃଷ୍ଟିର ନିୟମକୁ,

ତାର ସୁରକ୍ଷା ପାଇଁ କର ପଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍