STORYMIRROR

Chittaranjan Nanda

Children Stories

3  

Chittaranjan Nanda

Children Stories

ପ୍ରକୃତି କବି ଗଙ୍ଗାଧର

ପ୍ରକୃତି କବି ଗଙ୍ଗାଧର

1 min
208

ବିଷମୟ ପରିସ୍ଥିତି ଥିଲା ସେତେବେଳେ 

ଓଡ଼ିଆ ସାହିତ୍ୟର  

ଜନମ ନେଇ ଥିଲେ ଉତ୍କଳରେ ପ୍ରକୃତି 

କବି ଗଙ୍ଗାଧର l୧ l


କବ୍ୟାମୃତ ସବୁ ନିର୍ଗତ ହୋଇଥିଲା 

ତାଙ୍କରି ଲେଖନୀରୁ  

କୀଚକବଦ୍ଧ ତପସ୍ୱିନୀ ଓ ପ୍ରଣୟ

ବଲ୍ଲରୀ ସେ ଭିତରୁ l୨ l


ସୃଷ୍ଟି କଲେ କାବ୍ୟ କି ଥିଲା ଏ ଦେଶେ 

ନାରୀର ପ୍ରକୃତ ଅବସ୍ଥା

ପ୍ରବଞ୍ଚିତା ଶୈରେନ୍ଦ୍ରୀ ପରିତ୍ୟକ୍ତା ଶକୁନ୍ତଳା 

ଓ ନିର୍ବାସିତା ସୀତା l୩ l


ବର୍ଣ୍ଣିତ ଅନନ୍ତ ଅନ୍ତରୀକ୍ଷରୁ ଅଭେଦ୍ୟ 

ଅରଣ୍ୟ ପର୍ଯ୍ୟନ୍ତ  

ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଓ ତୃଣ ଠାରୁ 

ଦ୍ରୁମ ପର୍ଯ୍ୟନ୍ତ l୪ l


ପ୍ରକୃତି ସ୍ତବ୍ଧ ହୋଇଛନ୍ତି ଏହି ପ୍ରକୃତି କବିଙ୍କ

ଲେଖନୀ ମୁନରେ 

"ଭକ୍ତି" "ଅର୍ପଣ" କରିଛନ୍ତି "ଉତ୍କଳ ଲକ୍ଷ୍ମୀ" 

ଙ୍କୁ "ଅର୍ଘ୍ୟ ଥାଳି" ରେ l୫ l


କେବେ କବି ପ୍ରାଣ ହୋଇଛି ଉଦବେଳିତ 

"ଖଦ୍ୟୋତର ଖେଦ"ରେ

କେତେବେଳେ ହୁଏ ଆନନ୍ଦିତ "ମଧୁପର 

ମଧୁଭିକ୍ଷା"ରେ l ୬l


ଲେଖନୀ ମୁନରେ କରନ୍ତି ସେ "ଅଯୋଧ୍ୟା 

ଦୃଶ୍ୟ" ଉଦଭାସିତ

ବିଭୁ ପ୍ରୀତିରେ ଥିଲେ ତଲ୍ଲୀନ ଭାବନା 

ସର୍ବତ୍ର ଈଶ୍ଵର ବିରାଜିତ l୭ l


ସେ "ରସ ରତ୍ନାକର" ର ସ୍ରଷ୍ଟା ପୁଣି ପରା

"କବିତା କଲ୍ଲୋଳ"ର କର୍ତ୍ତା 

"ଉତ୍କଳ ଭାରତୀର ଉକ୍ତି" "ଭାରତୀ ର ଭାବନା" 

ରେ "ମାତୃଭୂମି"ର "ମହିମା"ର ବାର୍ତ୍ତା l୮ l


ଦାରିଦ୍ର୍ୟର ଦବାନଳରେ ଯେବେ ହୋଇଛନ୍ତି 

କବିବର ହୃଦୟ ଓ ମନ ମଧ୍ୟେ ଦଗ୍ଧ  

ମହାପ୍ରଭୁଙ୍କୁ ଅର୍ପଣ କରିଛନ୍ତି "ଦୂରୁ ଶ୍ରୀ ଚରଣେ 

ଅର୍ପଣ କରୁଛି ଘେନ ତା ବିଶ୍ୱ ସମ୍ରାଟ" l୯ l


ଥିବ ଯେ ପର୍ଯ୍ୟନ୍ତ ପୃଥିବୀର ଅନ୍ତିମ ଦୁର୍ବାଙ୍କୁର

ଚିର ହରିତ ଅନ୍ତିମ ଧ୍ୱନି ଅନାହାତ 

ଜାବତ ଚଦ୍ରାର୍କେ "ମେହେର ସାହିତ୍ୟ" ସଦା ସବୁଜ

ହୋଇ ରହିଥିବ ଏହା ଧୃବ ସତ୍ୟ l୧୦ l



Rate this content
Log in