STORYMIRROR

srikant behera

Others

4  

srikant behera

Others

ପ୍ରକୃତି ଗାଉଛି

ପ୍ରକୃତି ଗାଉଛି

1 min
245


ପ୍ରକୃତି ଗାଉଛି   ଅହରହ ଗୀତ 

  ଏଇ ମୋ କଲମ ମୁନରେ 

ଝରଣାର ପାଣି   ଝର ଝର ହୁଏ 

  କୋଇଲିର ସୁରେ ସୁରେ ||1


କଦମ୍ବ ମୂଳରେ  କଳା କାହ୍ନୁ ବଂଶୀ 

    ଵାଜଇ ରାଧା ରାଧା 

କବିତାର ଧାଡି  ହୁଏ କେବେ ସିଧା 

   କେବେ ପୁଣି ଅଧା ଅଧା ||2


କଵି ହେଇ ଆଜି  ଲେଖୁଛି କବିତା 

    ପ୍ରକୃତି ମାଆ ପାଇଁ 

କବିତାର ଶେଷ  କୋଉଠି ଅଛି 

    ମୁଁ ଜମା ଜାଣି ନାହିଁ ||3


ତୁମ ନାଁ କବିତା  ତୁମେ କହିଦିଅ 

  କବିତାର ଶେଷ କୋଉଠି 

ଜାଣିଲେ ଲେଖିବି  ଶେଷ ଧାଡି ତାର 

   କବିତା ସରିଲା ଏଇଠି ||4



Rate this content
Log in