STORYMIRROR

Trushna Das

Others

2  

Trushna Das

Others

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

2 mins
332

ଏମିତି ବି କିଛି ସମ୍ପର୍କ ଥାଏ 

ଯାହାର ନାମ ଦେଇ ହୋଇ ନ ଥାଏ 

ତାହାକୁ ଗୋଟିଏ ହିଁ ନାମ ଦିଆଯାଏ ପ୍ରକୃତ ବନ୍ଧୁ।


ଯେତେବେଳେ ଜୀବନର ଦ୍ୱିଛକିରେ

ରାସ୍ତା ଖୋଜି ମିଳୁ ନ ଥାଏ 

ସେତେବେଳେ ଭଗବାନ କାହାକୁ ନା କାହାକୁ ପଠାଇ ଥାନ୍ତି 

ପ୍ରକୃତର ରାସ୍ତା ବାଛିବା ପାଇଁ 

ସେ ବ୍ୟକ୍ତିକୁ କୁହାଯାଏ ପ୍ରକୃତ ବନ୍ଧୁ ।


ଯେତେବେଳେ ମହାଭାରତ ହୋଇଥିଲା 

ସ୍ୱୟଂ ଶ୍ରୀକୃଷ୍ଣ ଆସିଥିଲେ ଅର୍ଜୁନଙ୍କ ପାଖକୁ ବନ୍ଧୁତ୍ୱର ପରିଚୟ ନେଇ 

ସେମିତି ଜୀବନର ବିପଦ ସମୟରେ

ଯିଏ ଆସି ଛିଡା ହୋଇ ଥାଆନ୍ତି ପାଖରେ

ତାକୁ ହିଁ ତ କୁହାଯାଏ ପ୍ରକୃତ ବନ୍ଧୁ ।


ହୁଏ ତ ସେ ସମ୍ପର୍କରେ ନ ହୋଇ ପାରେ 

ହୁଏ ତ ତାର ପରିଚୟ ଦିଆ ନ ଯାଇ ପାରେ

କିନ୍ତୁ ଯିଏ ପ୍ରକୃତର ବିପଦ ସମୟରେ

ଆସି ଛିଡା ହୋଇ ଥାଆନ୍ତି 

ତାକୁ ହିଁ ତ କୁହାଯାଏ ପ୍ରକୃତ ବନ୍ଧୁ ।


ଲୋକ ବୁଝି ପାରନ୍ତି ନାହିଁ ସେ ସମ୍ପର୍କ 

ଲୋକ ଆଙ୍ଗୁଳି ଉଠାନ୍ତି ସେ ବନ୍ଧୁତ୍ୱ ଉପରେ 

କିନ୍ତୁ ଯେତେବେଳେ ବିପଦ ପଡିଥାଏ

ସାରା ଦୁନିଆ ତାକୁ ପରକରି ଦେଇଥାନ୍ତି 

ସେତେବେଳେ ଯିଏ ସାଙ୍ଗ ଦେଇ ଥାନ୍ତି ତାକୁ ହିଁ ତ କୁହାଯାଏ ପ୍ରକୃତ ବନ୍ଧୁ ।


ସେ ସାଙ୍ଗ ଠାରୁ ବି ବଡ଼ 

ସେ ସମ୍ପର୍କ ଠାରୁ ବି ବଡ଼ 

ଯାହାର ପରିଚୟ ହୁଏ ତ ଦେଇ ହୁଏ ନାହିଁ

ସେମିତି କେହି ନା କେହି ଜୀବନରେ ଆସି ଥାନ୍ତି 

ତାକୁ ହିଁ କୁହାଯାଏ ପ୍ରକୃତ ବନ୍ଧୁ ।


ଶ୍ରୀକୃଷ୍ଣ କରି ଥାଇ ପାରନ୍ତି ଅନେକ ରାସଲିଳା 

ହେଲେ ଯେତେବେଳେ ଅର୍ଜୁନଙ୍କ ଥିଲା ଲୋଡ଼ା 

ଆସିଥିଲେ ଶ୍ରୀକୃଷ୍ଣ ପ୍ରକୃତବନ୍ଧୁ ସାଜି

ହୋଇ ତାଙ୍କ ସାରଥୀ ।


ସେମିତି ଯେତେବେଳେ ବିପଦ ପଡିଥାଏ ମଣିଷ

ଭଗବାନ ପଠାନ୍ତି କେହି ନା କେହି ବନ୍ଧୁକୁ

କରିବାକୁ ତାର ପୂରଣ ଅଭିଳାଷକକୁ 

ତାକୁ ବାଛିବା ପାଇଁ ପ୍ରକୃତ ରାସ୍ତା

ଏ ଯେ ଭଗବାନଙ୍କ ପ୍ରେରଣା । 


ଜୀବନରେ କେହ ଆସିଥାନ୍ତି 

ସାଥୀହୋଇ କିଛି ଦିନ ପାଇଁ 

ସପନ ଦେଖାଇ ଛାଡ଼ି ଦେଇ ଚାଲି ଯାଇ ଥାନ୍ତି ସବୁ ଦିନ ପାଇଁ 

ହୋଇ ମଧ୍ୟ ଜୀବନ ସାଥୀ 

କିନ୍ତୁ ପ୍ରକୃତ ବନ୍ଧୁ ଏମିତି ହୋଇଥାନ୍ତି 

ହୁଏ ତ ହୋଇ ନ ଥାଇ ପାରନ୍ତି ଜୀବନସାଥୀ 

କିନ୍ତୁ ସାରା ଜୀବନ ପାଖେ ଛିଡ଼ା ହୋଇ ଥାଆନ୍ତି ହୋଇ ସାଥୀ ।


ତାର ନ ଥାଏ କୌଣସି ପରିଚୟ

କେବଳ ଗୋଟିଏ ପରିଚୟ ବନ୍ଧୁତ୍ୱ 

ଲୋକମାନଙ୍କ ଆଙ୍ଗୁଳି ଉଠି ଥାଏ 

ସେ ବନ୍ଧୁତ୍ୱ ଉପରେ 

କିନ୍ତୁ ପ୍ରକୃତ ବନ୍ଧୁତ୍ୱରେ 

ସେ ଦୁଇ ଜଣ ହିଁ ଜାଣି ଥାନ୍ତି ତାଙ୍କ ସମ୍ପର୍କରେ 

ନାହିଁ କିଛି କଳଙ୍କର ଛିଟା

ସେ ସମ୍ପର୍କ ଯେ ପବିତ୍ର ଓ ମଧୁରତାରେ ଭରା

ସେଥିପାଇଁ ଲୋକଙ୍କ କଥା ନ ଭାବି 

ସେ ବନ୍ଧୁତ୍ୱର ସାଙ୍ଗ ଦିଏ ସାରା ଜୀବନ ପାଇଁ 

ଯିଏ ତୁମ ବିପଦକାଳେ ଛିଡ଼ା ହୋଇଛି

ତୁମ ସାଥୀ ହୋଇ

ତୁମର ପ୍ରକୃତ ବନ୍ଧୁ ହୋଇ ।


ଦିଅ ଭଗବାନଙ୍କୁ ଅଶେଷ ଧନ୍ୟବାଦ 

ଏମିତି ପ୍ରକୃତ ବନ୍ଧୁ ପଠାଇ ଥିବାରୁ ବିପଦକାଳେ 

ଏ ବନ୍ଧୁତ୍ୱ ରହୁ ଏମିତି ମଧୁର ଚିରଦିନ ପାଇଁ 

ଏଥିରେ ନଜର ନ ଲାଗୁ କାହାରି ।। 


Rate this content
Log in