Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kali Kumar

Others

5.0  

Kali Kumar

Others

ପରକିୟା ପ୍ରୀତି

ପରକିୟା ପ୍ରୀତି

1 min
233


ପରକୀୟା ପ୍ରୀତି – ଭାଗ ୧


ଯେବେଠାରୁ ଲିଗାଲ୍ ହୋଇଲା, ଏହି ପରକୀୟା ପ୍ରୀତି

କିଛି ସ୍ୱାମୀମାନଙ୍କର ଦୁକୁ-ଦୁକୁ ହୋଇ ଉଠିଲାଣି ଛାତି 

ତ ପୁଣି କିଛି ଆନନ୍ଦେ ଉଠୁଛନ୍ତି ମାତି 

ଯେଉଁମାନଙ୍କର ଅଛି, ପୁର୍ବ-ପ୍ରେମିକା ସହ ରତି

ସେ ସଭିଙ୍କ କୁଣ୍ଢେ ମୁଠ ହେଲା ଛାତି

ଲିଗାଲ ହୋଇଲା ଏବେ ପରକୀୟା ପ୍ରୀତି ............|୧|


ପରକୀୟା ପ୍ରୀତି ଯେବେଠାରୁ ଲିଗାଲ୍ ହେଲାଣି 

ସ୍ୱାମୀମାନଙ୍କର B. P. ୧୨୦ରୁ ୧୪୦ରେ ପହଞ୍ଚି ଗଲାଣି 

ସୁନାର ସଂସାର ଉଛନ୍ନ ଏବେ ହେଲାଣି, 

ଉଠାଣି ଛାଡ଼ିକି ପୁଣି ଗଡାଣି ଆଡ଼େ ଗଲାଣି 

ପରକୀୟା ପ୍ରୀତି ଯେବେଠାରୁ ଲିଗାଲ୍ ହେଲାଣି............. |୨|


“ତୁମେ” “ଆପଣ” ‘ଆଜ୍ଞା’ ଛାଡିକି “ତୁ”ରେ ସୀମିତ ହେଲାଣି 

ଲକ୍ଷ୍ମୀରୁ ସେ ଏବେ ଦୁର୍ଗା ମା’ ପାଲଟିଗଲାଣି 

କହୁଅଛି ସେ, ତୁ ମୋ ସିଂହ – ମୁଁ ତୋ ସିଂହବାହିନୀ 

କଥାରେ କଥାରେ ଦେଖାଉଛି ନାଲି ଆଖି, ମାରୁଛି ନିତି କହୁଣୀ 

ପରକୀୟା ପ୍ରୀତି ଯେବେଠାରୁ ଲିଗାଲ୍ ହେଲାଣି .........|୩|


ଇଲୋ ମାଆ ପରକୀୟା ପ୍ରୀତି ଏ କ’ଣ କଲା

ଦେଶର ଜାଣିଣି, କିନ୍ତୁ ସ୍ତ୍ରୀମାନଙ୍କର 

”ଆଛେ ଦିନ୍ ” ଆସିଗଲା 

ସାଧା-ସିଧା-ସରଳ ସ୍ୱାମୀରୁ ଭିଗି-ବିଲି ବନେଇଦେଲା 

ଏବେ ମଣିଷ ଶାନ୍ତିରେ କେମିତି ବଞ୍ଚିବ ଭଲା 

ପରକୀୟା ନିୟମ ମହଗରୁ ନେଇ

 କନ୍ତା ପକେଇଦେଲା .......|୪|


ଭାଇ, କାହିଁକି ପରକୀୟା ପ୍ରୀତି ଯେ ଲିଗାଲ୍ ହୋଇଲା 

ଅଜାଗାରେ ପୁଣି ଘା’ଟେ କରେଇ ଦେଲା 

ନା ନିଜେ ତାକୁ ଦେଖିହେଲା ,

ନା ଅନ୍ୟ କାହାକୁ ଦେଖାଇଦେଲା 

ଭାଇ,

ପରକୀୟା ପ୍ରୀତି ଯେବେଠାରୁ ଲିଗାଲ୍ ହେଲା .........|୫|



Rate this content
Log in