STORYMIRROR

Ghanashyam Biswal

Others

3  

Ghanashyam Biswal

Others

ପରଜୀବୀ

ପରଜୀବୀ

1 min
177

ସୁରୁଜ ଟିକେ ଡେରିରେ ଉଠିଲେ

କେତେ ଭଲ ହୁଅନ୍ତା

ନଦୀମାନେ ପାଣିଟିକେ ମାଗିଲେ

କେତେ ଫୁଲେଇ ହୁଅନ୍ତି

ପବନ ବି ଟିକେ ଜୋରରେ ମୋ ପାଇଁ ବୋହିଦେଲେ

କଣ ସରିଯାଆନ୍ତା?

ଆକାଶ ବି କେତେ ପତଳା ଆଉ ସରୁ ଯେ କହିଲେ ନସରେ

ଦେଖତ ମରୁଭୂମିକୁ

ଦି'ମୁଠା ରଗଡା ବାଲିପାଇଁ କେତେ ପ୍ରଶ୍ନ ପଚାରେ

ବୁଢ଼ା ବରଗଛ କଣ କମ କି?

ମେଞ୍ଚାଏ ଛାଇ କାଳେ ତାର ଜୀବନ

ସେତକ ଦେଲେ ସେ ଅଣନିଶ୍ୱାସୀ ହେଇଯାଏ

ଶ୍ରାବଣର ବରଷାକୁ ଦେଖ

ବୁନ୍ଦାଏ ପାଣି ପାଇଁ କେତେ ରାଗ ରୁଷା

ଧନ୍ୟରେ ଦଇବ

ବିଚିତ୍ର ତୁ

ଆଉ ତୋର ଚରିତ୍ର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍