ପରଜୀବୀ
ପରଜୀବୀ
1 min
175
ସୁରୁଜ ଟିକେ ଡେରିରେ ଉଠିଲେ
କେତେ ଭଲ ହୁଅନ୍ତା
ନଦୀମାନେ ପାଣିଟିକେ ମାଗିଲେ
କେତେ ଫୁଲେଇ ହୁଅନ୍ତି
ପବନ ବି ଟିକେ ଜୋରରେ ମୋ ପାଇଁ ବୋହିଦେଲେ
କଣ ସରିଯାଆନ୍ତା?
ଆକାଶ ବି କେତେ ପତଳା ଆଉ ସରୁ ଯେ କହିଲେ ନସରେ
ଦେଖତ ମରୁଭୂମିକୁ
ଦି'ମୁଠା ରଗଡା ବାଲିପାଇଁ କେତେ ପ୍ରଶ୍ନ ପଚାରେ
ବୁଢ଼ା ବରଗଛ କଣ କମ କି?
ମେଞ୍ଚାଏ ଛାଇ କାଳେ ତାର ଜୀବନ
ସେତକ ଦେଲେ ସେ ଅଣନିଶ୍ୱାସୀ ହେଇଯାଏ
ଶ୍ରାବଣର ବରଷାକୁ ଦେଖ
ବୁନ୍ଦାଏ ପାଣି ପାଇଁ କେତେ ରାଗ ରୁଷା
ଧନ୍ୟରେ ଦଇବ
ବିଚିତ୍ର ତୁ
ଆଉ ତୋର ଚରିତ୍ର
