ପ୍ରଜାତନ୍ତ୍ର
ପ୍ରଜାତନ୍ତ୍ର
ଡଃ ଶଶୀ ଭୂଷଣ ମହାପାତ୍ର
ଦିନେ ସମସ୍ତେ ଠିକ କଲେ
ଭାରତ ମାତାକୁ ଆଜାଦୀ ଦେବାପାଇଁ
ସଭିଏଁ ଏକଜୁଟ ହେଲେ
କିଏ ଛାତି ପାତିଲେ ଗୁଳି ଆଗରେ
ଅଗ୍ନି ବର୍ଷା କଲା କିଏ କବିତାରେ
କ୍ଷେତରେ ସୁନା ଫଲାଇଲେତ ,
କିଏ ଜନତା କାନରେ ଦେଶ ମାତୃକାର
ମନ୍ତ୍ର ଫୁଙ୍କିଲେ |
ବୁଝିଲେ ଏକତାର ବଳ
ଜାଣିଗଲେ ସଭିଏଁ ମିଶିଲେ
କେମିତି ଗଢିହେଉଛି ସମ୍ପର୍କ
ହରଣ ହେଉଛି କେମିତି
ଯେତେ ଅଛି ସବୁ ଦୁର୍ଗୁଣ |
ଇଂରେଜ ଚାଲାକ ଜାତି ଥିଲା
ଜାଣିଥିଲା କେମିତି ବ୍ୟବସାୟରେ
ହୁଏ ମିଶାଣ ଫେଡ଼ାଣ
ସେଥିପାଇଁ ଅନେକ ଲହୁ ଲୁହାଣ |
ରାଜତନ୍ତ୍ରରୁ ସାଧାରଣତନ୍ତ୍ରର
ଏକ ନୂଆ ଅଧ୍ୟାୟ ଆରମ୍ଭ ହେଲା
ସରକାର ଯୋଡ଼ା ଯୋଡିରେ
କିସାନ ଯବାନ ଚିହ୍ନିବା ପରିବର୍ତ୍ତେ
ହିନ୍ଦୁ କିଏ ମୁସଲମାନ କିଏ
ଚିହ୍ନଟରେ ସମୟ ସରିଗଲା |
ଆମେ ସବୁ ସ୍ୱାଧୀନ
ସେମାନଙ୍କ ଲହୁ ଓ ଲୁହରେ,
ଏବେବି ଲୋକତନ୍ତ୍ର ରେ
ଲୋକଙ୍କ ମୁଁହରେ ରହିଛି ଲଗାମ,
ଜନତା ଏବେ ତିନି ମାଙ୍କଡ଼
ସତ କଥା ନକହିବାକୁ
ସତ ଜିନିଷ ନଦେଖିବାକୁ
ସତ କଥା ନଶୁଣିବାକୁ ,
ତୁମେ ପଛେ ହରିଲୁଟ କରୁଥା
ଆମକୁ ଚାଟିବାକୁ ସୁଯୋଗ ରଖିଥା|
ଦୁଇଶହ ବର୍ଷର ଗୋଲାମୀର ବେଡି
କେମିତି ଯିବ ଛିଡ଼ି,
ଏବେବି ବଂଶନୁକ୍ରମେ
ରକ୍ତରେ ଗୋଲାମୀ ବୋହୁଛି
ଆମେତ ବଳଦ, ମେଡ଼ି ଚାରିପାଖେ ବୁଲିବା କେବଳ ଜାଣିଛୁ |
ପ୍ରଜାତନ୍ତ୍ରର ମନ୍ତ୍ର ଆଜି ନାରାବାଜି
ଧୃତରାଷ୍ଟ୍ର,ଦୁର୍ଯ୍ୟୋଧନଙ୍କ ଭିତରେ
ଜଣେ ଦୁଇ ଜଣ ଭୀଷ୍ମ ହୁଏତ ଅଛନ୍ତି
ସିଂହାସନକୁ ଦ୍ୱାହି ଦେଇ,ମଉନେ
ଜଉ ଗୃହ ର ଧ୍ବଂସକୁ ଦେଖୁଛନ୍ତି
ଦ୍ରୌପଦୀର ବୀବସ୍ତ୍ରକୁ ଦେଖି
ନିଜର ଅପମାନ ସହୁଛନ୍ତି |
ବାସ ବହୁତ ହୋଇଗଲା
ମା ମାଟିକୁ ସନମାନ ଦେବାରେ,
ଜନଜାତି,ଉପଜାତି,ହିନ୍ଦୁ,ମୁସଲମାନ
ବିଭେଦ ବହୁତ ହୋଇଗଲା |
ଆମେ ସବୁ ଏ ମାଟି ମା' ର ସନ୍ତାନ
ଆମେ ଜନତା ଜନାର୍ଦନ
ଫରକ ଏଇ ମୁଁ ଯବାନ ସେ କିଷାନ|
*****************