ପ୍ରଜାପତିର ଡେଣା-୫
ପ୍ରଜାପତିର ଡେଣା-୫
1 min
13.2K
ରାସ୍ତାମାନେ ବେଶ ଶାନ୍ତ ଓ ନିଃଶବ୍ଦ !
ରାତିର ମଗ୍ନତା ଓ ତାରାଙ୍କ ଛାଇରେ
ସେମାନେ ସ୍ଥିର ।
ସନ୍ଧ୍ୟାର ଛାଇ ଡାହାଣୀ ପରି ଡରାଏ,
ଉଡିବାକୁ ଭୟ କରୁ,
ସଂତର୍ପଣରେ ଚାଲ ନଦୀ ଆଡକୁ
ଜଳର ଛଳ ଛଳ ଉଜ୍ଜ୍ଵଳ ପଣରେ ପହଁରିବା
କିଛି କ୍ଷଣ ।
ପ୍ରେମ ଓ ଚୁମ୍ବନରେ ଉଷ୍ଣତା ନଥାଏ,
ଅଭାବର ଶୀତଳତା ହିଁ ବିଦ୍ଧ କରେ ହୃଦୟକୁ,
ସେଇ ନୟନରେ
ଲୁହ ପରି ଲହୁ ଥାଏ
ପୁରୁଣା ସ୍ମୃତିର ।
ସେମିତି ଜଳୁଥାନ୍ତୁ
ସୂର୍ଯ୍ୟ ଚନ୍ଦ୍ର ଓ ସ୍ଵପ୍ନ ,
ସେମିତି ଥାନ୍ତୁ
ନିଶ୍ଵାସ , ଯନ୍ତ୍ରଣାର ମାଦକତା ।
ଉଡି ଯଦି ନପାରୁଛୁ
ତ ଝରକା ଫାଙ୍କରୁ ଦେଖିନେ
ବଦଲୁଥିବା ଯେତେକ ଦୃଶ୍ୟ,
ସ୍ଵପ୍ନକୁ ଛୁଇଁଥିବା ରାସ୍ତା ।
