STORYMIRROR

ASWINI DASH

3  

ASWINI DASH

ପ୍ରଜାପତିର ଡେଣା-୩

ପ୍ରଜାପତିର ଡେଣା-୩

1 min
13.7K


ସେମାନଙ୍କ ଈର୍ଷା, କୌତୁହଳ,

ଚାଲାକି ପଣରେ

ଟିକି ହୃଦୟ ଭାଙ୍ଗିଯାଏ ତୋର।

ସୁନ୍ଦର ଦିନର ସ୍ମୃତିରେ ମଗ୍ନ ତୁ,

ନିଜେ ଉଡି ବୁଲୁ।

ଈଶ୍ଵରଙ୍କ ପରି ସବୁ ରହସ୍ୟ

କଣ ସୁନ୍ଦର !!

ମୂର୍ତ୍ତି ତିଆରି କୌଶଳ

ତତେ କଣ ଜଣା !!

ଈଶ୍ଵର କଣ ଝୁଣ୍ଟିପାରନ୍ତି

ତୋ ପରି,

ନା’ ତୋ ପରି ଅନ୍ୟମନସ୍କ!!!

ପ୍ରେମ କର,

ସେ ବି ଝୁଣ୍ଟି ପଡି ଅଟକି ଯିବେ

ତୋ ଠାରେ ,

ତୋ ରାସ୍ତାରେ ।

ଉଡିବାର ରାସ୍ତା ପ୍ରଶସ୍ତ ହେଉ,

ସେମାନଙ୍କ ଆଖି ଓ ହୃଦୟ

ପହରିବେ

ନୀଳ ସମୁଦ୍ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍