ପ୍ରିୟତମା
ପ୍ରିୟତମା
ଅର୍ଦ୍ଧାଙ୍ଗିନୀ ତୁହି ମୋର
ଜୀବନର ସାଥି
ଅନୁକ୍ଷଣ କରୁ ସେବା
କର୍ତ୍ତବ୍ୟର ପୋଥି।
ପ୍ରିୟତମା ମୋର ତୁହି
ଜୀବନ ଯାତ୍ରାର
ଦୁଃଖକାଳେ ତୁହି ପରା
ସଙ୍ଗରେ ମୋହର।
ଗୃହର କାର୍ଯ୍ୟରେ ତୋର
ନାହିଁ ପଟାନ୍ତର
ମନ୍ତ୍ର ସମଭାବ ଅଟେ
ଗୃହର ଧର୍ମର।
ମୃଦୁ ଭାଷୀ ପ୍ରିୟତମା
ମନମୋହୁ ଥାଉ
ପ୍ରେମ ଭକ୍ତି ଶ୍ରଦ୍ଧା ବଳେ
ଜନସେବୁ ଥାଉ।
ଅର୍ଦ୍ଧାଙ୍ଗିନୀ ପ୍ରିୟତମା
ଜୀବନ ସଙ୍ଗିନୀ
ହାତ ଧରି ଧନ୍ୟ ହେଲି
ହେ ମୃଦୁଭାଷିନୀ।
ଶାଶୁ ଶଶୁରଙ୍କ ସେବା
ଦିନିଚର୍ଯ୍ୟା ତୋର
କର୍ତ୍ତବ୍ୟର ପଥ ରଖୁ
ପ୍ରିୟତମା ମୋର।
ଧନ୍ୟ କରିଦେଲୁ ତୁହି
ଦାମ୍ପତ୍ୟ ଜୀବନ
ଆନନ୍ଦରେ ଭରିଦେଲୁ
ଗୃହସ୍ତ ଜୀବନ।
ଜଗା ଭକ୍ତି କରୁ ନିତ୍ୟେ
ଶ୍ରଦ୍ଧା ଓ ଭକ୍ତିରେ
ରାଧାକୃଷ୍ଣ ପୂଜା ତୋର
ଗୃହସ୍ତା ଧର୍ମରେ।
ରାମ ରାମ ଜପୁ ଥାଉ
ଗୃହର ମଙ୍ଗଳେ
ଅକର୍ମା ଦାନୀର ପୂଜା
ଶିଶୁଙ୍କ କୁଶଳେ।
ସମାଜରେ ଥାଏ ତୋର
ମନ୍ତ୍ର ସମଭାବ
ଆଦର କରନ୍ତି ସର୍ବେ
ରଖି ପ୍ରେମ ଭାବ।
ଦେଲୁ ଜୀବନରେ ମୋର
ଆନନ୍ଦ ଅପାର
ଅର୍ଦ୍ଧାଙ୍ଗିନୀ ଧର୍ମ ନିତ୍ୟେ
କରିଲୁ ଆଧାର।
ଭାଗ୍ୟବଳୁ ପାଇଅଛି
ପତ୍ନୀର ରୂପରେ
ଧନ୍ୟ ହେଲି ମୁହିଁ ପ୍ରିୟେ
ତୁମକୁ ପାଇରେ।
ଜ୍ଞାନ ମୂର୍ତ୍ତି ତୁହି ପରା
ଜ୍ଞାନରେ ପ୍ରଖର
ଦେଉ ଶିକ୍ଷା ଗୃହ କାର୍ଯ୍ୟେ
ହୋଇ ଆଗଭର।
ଧର୍ମ ପରାୟଣ ତୁହି
ପତିବ୍ରତା ନାରୀ
ସବୁ ଜନ୍ମେ ହେବୁ ତୁରେ
ମୋହର ହିଁ ନାରୀ।
ଆଜି ପରା ରଜ ପର୍ବ
ମନ ଉତ୍ସାହିତ
ଖାଇବାକୁ ଦେଉଅଛୁ
ହୋଇ ପ୍ରଫୁଲ୍ଲିତ।
ଦୋଳି ଝୁଲୁ ଥିବୁ ତୁହି
ହୋଇ ଆନନ୍ଦିତ
ଦେଖୁଥିବି ତୋତେ ମୁହିଁ
ହୋଇ ଉତ୍ସାହିତ।
ଦୁଇ ଆତ୍ମା ମିଶି ଅଛି
ଏକ ଆତ୍ମା ହୋଇ
ଜଗା କାର୍ଯ୍ୟ କରୁଅଛେ
ଆନନ୍ଦିତ ହୋଇ।
