Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Others

3  

Niranjan Mishra

Others

ପ୍ରିୟତମା

ପ୍ରିୟତମା

1 min
163



ହୃଦୟ ମନ୍ଦିରେ ରହିଅଛ ମୋର

ଆସରା ଜମାଇ ତୁମେ ।

ଆଗୋ ପ୍ରିୟତମା କି କହିବି ସତେ

କେତେ ଭଲ ଲାଗ ତୁମେ ।୧।

ମୁଖ ମୟୂଖକୁ ଦେଖିଲେ ତୁମର

ମନରେ ଆସୁଛି ମୋର ।

ସତେ ଅବା କେଉଁ ସରଗର ପରୀ

ତୁମେ ମୋର ମୁଁ ତୁମର ।୨।

କୁଞ୍ଚିତ କୁନ୍ତଳ ଦିଶେ ସୁମଞ୍ଜୁଳ

କନ୍ଦର୍ପ ଧନୁ ଭ୍ରୂଲତା ।

ଭ୍ରମର ଦୁଇଟି ସରୋଜ ନେତ୍ରରେ

ମଧୁପାନେ ମଧୁବ୍ରତା ।୩।

କୁନ୍ଦରଦନା ଗୋ କଟାକ୍ଷରେ ତୁମ

ମାରିଦିଅ ଯେବେ ତୀର ।

କନ୍ଦରପ ଦର୍ପ ଧରି କି ପାରିବ

କେବେ ନ ହୋଇ ଅସ୍ଥିର ।୪।

କେଡେ ମନଲୋଭା ରୂପ ଛଟା ତୁମ

ଆଗୋ ପ୍ରିୟତମା ମୋର ।

ଦରଦୀ ହୃଦେ ମୁଁ ଦେଖୁଛି ଗୋ ତୁମ

ମଥାର ଟୀକା ସିନ୍ଦୁର ।୫।

କରୀଗମନା ଲାବଣ୍ୟମୟୀ ଆଗୋ

ପଦ ଅଲକ୍ତକ ଧାର ।

ମନରେ ନାଚେ ମୋ କହୁଥାଏ ସତେ

ପ୍ରିୟତମା ମୁଁ ତୁମର ।୬।

ଶୟନେ ସପନେ ଧ୍ୟାନେ ଜାଗରଣେ

ରହି ଅଛ ମନେ ମୋର ।

ତୁମେ ହିଁ ମୋହର ପୀରତି ପସରା

ତୁମେ ହିଁ ପ୍ରୀତି ମୋହର ।୭।

ଦୂରେ ଥାଅ ଅବା ପାଶେ ରହି ଥାଅ

କେବେ ତୁମ ଉପହାର ।

ନ ଯିବ ଏ ମନୁ ଆଗୋ ପ୍ରିୟତମା

ଏ କଥା ମନରେ ଧର ।୮।

କେତେ ଦୂରେ ଚନ୍ଦ୍ର କାହିଁ ସେ ଚକୋର

ବନ୍ଧୁତା ସଦା ତାଙ୍କର ।

ଅଖଣ୍ଡ ରହିଛି ସେମିତି ଏ ପ୍ରେମ

ଅତୁଟ ରହୁ ଆମର ।୯।


Rate this content
Log in