ପ୍ରିୟତମା
ପ୍ରିୟତମା
ଦେହରେ ମାରିଛୁ ସୁବାସ ଅତର
ଓଠରେ ତୋ ନାଲି ଧାର ,
ଇନ୍ଦ୍ରଧନୁ ରଙ୍ଗ ଝୀନ ବସନରେ
ଢଙ୍କା ଯୌବନ ସମ୍ଭାର
ଗୌର ତନୁ ମଧ୍ୟେ କ୍ଷୀଣ କଟି ସଜ
ତା' ମଧ୍ୟେ ଗଭିର ନାଭି ,
ଉନ୍ନତ ବକ୍ଷୋଜ ସୌନ୍ଦର୍ଯ୍ୟକୁ ଘେନି
ପୁରୁଷେ ମାରୁଛି ବାଦି....
ଇନ୍ଦ୍ର ଭୁବନର ପାରିଜାତ କିବା
ଫୁଟି ବଢଉଛି ଶୋଭା ,
କଜ୍ୱଳ ପୁରିତ କୁରଙ୍ଗୀ ନୟନୀ
ଚାହାଣୀ ସେ' ମନଲୋଭା
ଚଳନ୍ତି ପ୍ରତିମା ସତେ ରାଜଜେମା
ରୂପ ସମ୍ଭାରକୁ ମାଖି
ମରତେ ଆସିଛି ଭ୍ରମିବାକୁ ଶୋଭା
ଦେଖି ଲାଗିଯାଏ ଆଖି
ଯଉବନ ତୋର ଘୃତମିଶା ସର
ମଧୁ ଠାରୁ ମିଠା ଅତି ,
ତୁଷାର୍ତ୍ତ ପ୍ରାୟକେ ସତେ ସେ' ଯୌବନ
ଚାହୁଁଛି ଟିକିଏ ତୃପ୍ତି
ଅଜସ୍ର ପ୍ରସଂସା ଅଜାଡି ଦିଅନ୍ତି
ବାଟରେ ବାଟୋଇ ଦେଖି ,
ରୂପର କୋଣାର୍କ ଗଢିକେ ଦିଅନ୍ତି
ସ୍ୱର୍ଗକୁ ନିଶୁଣି ଯୋଖୀ
ନାନା ଭାବନାରେ ନାନା ରୂପେ ପରା
ହେଉ ତୁହି ବିଦ୍ୟମାନ ,
ଚପଳା ଯେସନେ ଅମ୍ବରକୁ ଚୁମି
ଚାଲିଯାଏ ତତ୍ କ୍ଷଣ