ପ୍ରିୟତମା କବିତା
ପ୍ରିୟତମା କବିତା
1 min
189
କବିତା ଲୋ
କେତେ ରୂପ ତୋର ?
କେତେବେଳେ ଭୟଙ୍କର ବର୍ଷାରାତି
କେତେବେଳେ ସୁଶୀତଳ ପାହାଡି ଝରଣା
କେତେବେଳେ କୁହୁକିନୀ ଜହ୍ନରାତି
ଭାବୁକକୁ କରୁ ଆନମନା I
କେବେଳେ ନିଦାଘ ତାତି
କେତେବେଳେ ଅମାନିଆଁ ନଈ
କେତେବେଳେ ତପ୍ତ ମରୁଭୂଇଁ
କେତେବେଳେ ସୁଶୀତଳ ଛାଇ I
କେବେଳେ ଟାଙ୍ଗର ଭୂଇଁ
କେତେବେଳେ ସାଜୁ ମରୁଝର
ସଲଜ୍ଜ ପ୍ରିୟା ତୁ କେବେ
କେବେ ପୁଣି ଆଖି ତୋର ଲୁହେ ଭରପୁର I
କାହାକୁ ହସାଉ କେବେ
କାହାପାଇଁ ଉଗ୍ର ରୂପ ଧରୁ
କା ଆଖିରେ ଲୁହ ଦେଉ
କାହାକୁ ବି ମାରି ଦେଇପାରୁ I
ତୋତେ ବର୍ଣ୍ଣିବା ପାଇଁକି
ଦିନ ଆଉ ରାତି ଅଣ୍ଟିବନି
ତଥାପି ତୁ ପ୍ରିୟା ମୋର
ତୋତେ ଛାଡି କୁଆଡେ ଯିବିନି I
