Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ପ୍ରିୟସଖୀ ପ୍ରାଣସଖୀ

ପ୍ରିୟସଖୀ ପ୍ରାଣସଖୀ

1 min
214


ରଚନା : ଶ୍ରୀ ରାଜଶେଖର ସି 'ଚିମା'


ଚକ୍ଷୁଃପ୍ରୀତି ତୁମର ଆକର୍ଷକ ଆଖି,

ମନ୍ତ୍ରମୁଗ୍ଧ ହେଲି ତାଙ୍କୁ ମୁଁ ଦେଖି,

ତୁମ ଚନ୍ଦ୍ରାନନ କୁ ମାନସ ରେ ରଖି,

ଜାଣିଲି ତୁମେ ହିଁ ମୋର ପ୍ରିୟସଖୀ |୧|


ତୁମ ନାମ ଯେ ଚଞ୍ଚଳାକ୍ଷୀ ,

ତୁମ ନାମ ଯେ ମୀନାକ୍ଷୀ,

ତୁମ ନାମ ଯେ ବିଶାଳାକ୍ଷୀ,

ତୁମ ସୌନ୍ଦର୍ଯ୍ୟ ର ମୁଁ ଯେ ସାକ୍ଷୀ |୨|


ଚିତ୍ତଚମତ୍କାରୀ ଚିତ୍ତରଞ୍ଜି ତୁମର ଚିତ୍ତାକର୍ଷକ ଚନ୍ଦ୍ରବଦନ,

ନେତ୍ରପର୍ବ ନୟନାନନ୍ଦକର ତୁମର ହଂସିକା ସମ ଚଳନ,

ପ୍ରଣୟ ପ୍ରଭାବିତ ହୋଇଛି ଦେଖି ତୁମର ଚିତ୍ତହାରୀ ଚାଲିଚଳନ,

ଜାଣିନି କେବେ ଯେ ହେବ ପରସ୍ପର ମନଙ୍କ ମଧୁର ମିଳନ |୩|


ଇହଲୋକ ରେ ତୁମେ ମୋର ଇନ୍ଦୁବଲ୍ଲୀ ଇନ୍ଦୁକାନ୍ତା ଇନ୍ଦୁବଦନା,

ମନୋହାରୀ ମନୋରଞ୍ଜିନୀ ହୋଇ ପୂର୍ଣ୍ଣ କର ମୋ ମନୋକାମନା,

ହୋଇ ଅଧୀର ଅସ୍ଥିର ହଜେଇ ସାରିଛି ମୋର ଚିତ୍ତ ଓ ଚେତନା,

ପ୍ରଣୟିନୀ ପ୍ରାଣସଖୀ ପ୍ରାଣସଙ୍ଗୀ କେବେ ହେବ ଶୀଘ୍ର କୁହନା |୪|


ତୁମକୁ ନିତ୍ୟ ସୁଖୀ ସନ୍ତୋଷିଣୀ ରଖିବାର କରୁଛି ପ୍ରୀତିକର ପ୍ରଣ,

ନିଜ ନିଜ ଗୁରୁଜନଙ୍କର ବିଚକ୍ଷଣ ଅଭିପ୍ରାୟ ଅନୁମତି ର ନେବା ଶରଣ,

ସାମାଜିକ ସାଂସ୍କୃତିକ ନୀତି ନିୟମ ର କରିବା ଅନୁଲ୍ଲଙ୍ଘନ ଅନୁସରଣ,

ଶ୍ରୀଜୀଉଙ୍କୁ ଦିଆଯିବ ଆମର ପବିତ୍ରବନ୍ଧନ ର ଆଦ୍ୟ ଆମନ୍ତ୍ରଣ |୫|


Rate this content
Log in