ପ୍ରିୟାଠୁ ବିଦାୟ
ପ୍ରିୟାଠୁ ବିଦାୟ
1 min
167
ବିଦାୟ ନେଉଛି ତୋ ଠାରୁ ସଜନୀ
ଭୁଲ ବୁଝିବୁନି ମୋତେ
ତୋ ମଥା ସିନ୍ଦୂର ଲକ୍ଷ୍ମଣ ରେଖାକୁ
ଡେଇଁବି କହ କେମନ୍ତେ ।
ସଫଳ ହେଉ ତୋ ଦାମ୍ପତ୍ୟ ଜୀବନ
କଟି ଯାଉ ସବୁ ରିଷ୍ଟ
ଚଲା ପଥ ସଦା କୁସୁମିତ ହେଉ
ବଚନ ହେଉ ତୋ ଶିଷ୍ଟ ।
ଭୁଲି ଯିବୁ ମୋତେ ସ୍ବପ୍ନ ଟିଏ ଭାବି
ସ୍ୱାମୀକୁ ଆଦରି ନେବୁ
ଇହ ପରକାଳ ଦେବତା ତୋର ସେ
ପାୟର ତା ପୁଜୁଥିବି ।
ତୋ ଶାଶୁଶଶୁର ଯାଆ ଦେଢସୁର
ସଭିଙ୍କୁ ନିଜର କରି
ସୁଖର ସଂସାରେ ରହିବୁ ଶାନ୍ତିରେ
ଗଲେ ତୋର କୋଳ ଭରି ।
