STORYMIRROR

Mr.GAGAN BIHARI NAYAK

Others

3  

Mr.GAGAN BIHARI NAYAK

Others

ପ୍ରିୟାର ଓଢଣୀ

ପ୍ରିୟାର ଓଢଣୀ

1 min
349


ଝିଲିମିଲି ଝିଲିମିଲି ମୋ ପ୍ରିୟାର ଓଢଣୀ ।

ମନ ନିଏ ଟାଣି ତାର ଗଜରା ବେଣୀ ।।

ଲାଜ ଲାଜ ଓଠ ତାର 

କହେ କାହାଣୀ ।

ସେ କାହାଣୀ ଅପାଶୋରା

ଭୁଲି ହେବନି (0)


ଆକାଶରେ ଥିଲା ମଧୁଝରା ଚାନ୍ଦିନୀ ।

ତଳେ ବିତୁଥିଲା ଆମ ମଧୁ ଯାମିନୀ ।

ଦେଖି ଦେଇ ପ୍ରିୟା ଟାଣି ଦେଲା ଓଢଣୀ ।

ସେ ଓଢଣୀ ତଳେ ଝରୁ ଥିଲା ଶ୍ରାବଣୀ (୧)


ଆଖି ତାର ଢଳଢଳ ମୀନ ନୟନା । 

ଗଙ୍ଗାଜଳ ମନେ ତାର ପାପ ପଶେନା ।

ହସରେ ତା ବାରମାସୀ ଫୁଲ ଆସର ।  

ଲାଗୁଥିଲା ସତେ ମୋର

ମନ ମିତଣୀ (୨)



Rate this content
Log in