Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalita Mohan Dash

Children Stories Comedy Tragedy

3  

Lalita Mohan Dash

Children Stories Comedy Tragedy

ପ୍ରିୟାର ଜନ୍ମଦିନ

ପ୍ରିୟାର ଜନ୍ମଦିନ

1 min
156



ଅଭିନନ୍ଦନ ଲୋ ସୁନା ଧନ ମୋର

ଜନ୍ମଦିନ ଅବସରେ 

ଦେଉଛି ଆଶିଷ ନିରୀହ ହୃଦରୁ

ରହିବ ବୋଲି ଖୁସିରେ ।


ବୟସ ବିଚରା ହୋଇ ଅପାସୋରା

ଭୁଲିଯାଉ ସେ ତୁମକୁ 

ଆୟୁଷ ବିଚରା ହୋଇ ମନୋହରା

ସାଥି ହେଉ ଜୀବନକୁ ।


ଲାଗିଯାଉ ହସ ଖୁସି ଓ ଆୟୁଷ

ତୁମକୁ ଉତ୍ସର୍ଗୀକୃତ 

ମିଳୁ ମୋତେ ତୁମ ଦୁଃଖ କଷ୍ଟ ଲୁହ

ଆନନ୍ଦେ କରିବି ଗୃହୀତ।


ବଡ଼ ଠାକୁରଙ୍କ ରଥଯାତ୍ରା ବାସି

ହୋଇଲ ଜାଣେ ଭୂମିଷ୍ଟ 

ସେଦିନ ଜାଣେନି କେଉଁ ଦିନ‌ ଥିଲା

କେଉଁ ବାର ଓ ତାରିଖ ।


ପାସେ ସିନା ନାହିଁ ଭାଗ୍ୟେ ନାହଁ ବୋଲି

ପାଳିବାକୁ ଏହି ତିଥ 

ଦୂରୁ ଥାଇ କିନ୍ତୁ ଦିଏ ମୁଁ ଆଶିଷ

କରେ କେତେ ମାନସିକ ।


କେବେ ମୁଁ ଜାଣିଲି କେବେ ମୁଁ ଚିହ୍ନିଲି

ତାହା ତ ନାହିଁ ମୋ ମନେ 

କେବେ ଭୁଲିଗଲ ଆଉ କାହା ପାଇଁ

ଥିଲା ସିଏ କେଉଁ ଦିନେ ।


ମନେ ଅଛି କିନ୍ତୁ ଏ ପବିତ୍ର ତିଥି

ଭୁଲି ନାହିଁ ମୋ ଜୀବନୁ 

ଜୀବ ଥିବା ଯାଏ ପାଳନ କରିବି

କେବେ ନ ପାସୋରି ମନୁ ।



Rate this content
Log in