STORYMIRROR

Binata Mohanta

Others

3  

Binata Mohanta

Others

ପ୍ରିୟ ମାଉସୀ

ପ୍ରିୟ ମାଉସୀ

1 min
89

ପ୍ରଥମ ଦେଖାରେ ମୁଁ ହୋଇଥିଲି ଆଶ୍ଚର୍ଯ୍ୟାନ୍ୱିତ

ସେ ନୁହଁନ୍ତି ମା ଙ୍କର ପ୍ରତି ଛବି ତ‌!

ସେ ଅଟନ୍ତି ଅତି ସ୍ନେହମୟୀ ଓ ବୁଦ୍ଧିମତୀ

ମିଠା ବଚନେ ସମସ୍ତଙ୍କୁ ଆପଣାଇ ନିଅନ୍ତି ।।

ଘରର ଅଟନ୍ତି ସେ କନ୍ୟା କନିଷ୍ଠା

ଭାଇଙ୍କର ଅଟନ୍ତି ସେ ଅତି ଘନିଷ୍ଠ ।।

‌

ମଞୁ ବୋଲି ଡାକିଲେ ମାତାପିତା ଆଦରରେ

ଶୁଣିଲେ ସେ ଡାକ ସ୍ମିତ ହାସ୍ୟ ଖେଳେ ଓଧୋର ରେ ।।

ବାଲ୍ୟ ବିବାହ ପ୍ରଥା ଥିଲା ଯେଉଁ ସମୟରେ

ନାରୀ ଙ୍କୁ ରହିବାକୁ ହେଉଥିଲା ଓଢୋଣା ରେ ।।

ଅକ୍ଳାନ୍ତ ପରିଶ୍ରମେ ହୋଇଥିଲେ ଡାକ୍ତର

ଟେକ ରଖିଥିଲେ ସେ କୂଳ ସମାଜର ।।

କର୍ମକ୍ଷେତ୍ରେ ସେ ସର୍ବଦା ତତ୍ପର

ତାଙ୍କ ସ୍ପର୍ଶମାତ୍ରେ ରୋଗ ବ୍ୟାଧି ହୁଏ ଦୂର ।।

ଉଦାହରଣ ରୂପେ ସେ କରୁଛନ୍ତି ଗୈାରବାନ୍ୱିତ

ସେ ଅଟନ୍ତି ସମ୍ମାନନୀୟା ଡାକ୍ତର ମଞୁଳା ମହାନ୍ତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍