Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Nayak

Others

3  

Chinmaya Nayak

Others

ପ୍ରିୟ କଲମ,

ପ୍ରିୟ କଲମ,

1 min
11


ତୋତେ ପୂର୍ଣ୍ଣ ଅନୁମତି, ମୋ ମରମକୁ ଭେଦି

ପଢିବାକୁ ମୋର ଚିନ୍ତା ଓ ଚେତନା,

କାଗଜରେ ଆଙ୍କି, ମୋ ଅବିକଳ ଛବି

ହସ ଲୁହ ଚିନ୍ତା ବ୍ୟଥା ଓ ବେଦନା।


ତୁ ବୁଝିପାରୁ ବୋଲି, ତୋ ଆଗେ କହିଛି

ମୋ ମନ ତଳର ଗହନ କଥା,

ଆଖି ଲୁହ ମୋର ସ୍ୟାହି ହୋଇ ଝରେ

ତୋ ମୁନେ ଲେଖିଛି କେତେ କବିତା।


ତୁ ନୁହେଁ ପ୍ରେମିକା, ନୁହେଁ ମାତା ପିତା

ତୁ ନୁହେଁ ଚିହ୍ନା ସମ୍ପର୍କେ ବନ୍ଧା,

ତଥାପି ତୁ ମୋର ଆତ୍ମାର ଭୂଷଣ

ତୋ ସାଥେ ମୋ ଚିତ୍ତ ଚେତନା ଛନ୍ଦା।


ତୋ ପାଇଁ ଲେଖୁଛି ଚିଠିଟିଏ ଆଜି

ତୋର ହାତ ଧରି ତୋ ସ୍ୟାହି ଝାରି,

ମୋର ହୃଦୟର ଦସ୍ତାବିଜ ଲେଖୁ

ବୋଲି ତୁ ମୋ ଜୀବ ଜୀବନ ଶିରୀ। 

ଇତି

ତୋ ପ୍ରିୟ ସାଥି



Rate this content
Log in