STORYMIRROR

ସନାତନ ଦାସ

Others

3  

ସନାତନ ଦାସ

Others

ପ୍ରିୟ ବସ୍ତୁ

ପ୍ରିୟ ବସ୍ତୁ

1 min
258

କେତେ ଆଶା ଥାଏ, 

କେତେ ଲୋଭ ଥାଏ,

ନିଜ ଅତି ପ୍ରିୟ ବସ୍ତୁ ପାଇଁ,

ସେ କୌଣସି ଜିନିଷ ହେଉ

 କି ମଣିଷ ହେଉ..!!


ସତରେ ନିଜଠାରୁ ଦୂର ହେଲେ,

ଅବା କେହି ଛଡ଼ାଇ ନେଲେ,

ହୃଦୟ ହୋଇଯାଏ ଖଣ୍ଡ ଖଣ୍ଡ,

ଲୋତକ ଚିବୁକ ଛୁଇଁ 

ଅମାନିଆ ଲୁହ ସବୁ ଗଡ଼ିଯାଏ

କିଛି ବାଧା ବିଘ୍ନ ନ ମାନି..!!


ପ୍ରିୟ ବସ୍ତୁର ମୋହ ଏପରି ଯେ,

ସମସ୍ତଙ୍କ ଆଖିରେ ଯେତେ ଖରାପ ହେଲେ ବି,

ନିଜ ପାଇଁ ଦୁନିଆର ସବୁ ଠୁ

ସଫା ସୁତୁରା ଓ ଭଲ ଜିନିଷ..!!


ସତରେ, 

କିଏ ବା ଚାହିଁବ?

ତାର ପ୍ରିୟ ବସ୍ତୁ ଠାରୁ ଦୂରେଇ ରହି,

ଜୀବନ ସାରା ଦିକି ଦିକି ହୋଇ

ବିରହ ବେଦନାରେ ଜଳିବାକୁ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍