STORYMIRROR

Pritipriya Mohanty

Others

3  

Pritipriya Mohanty

Others

ପରିତ୍ରାୟକ ହେ

ପରିତ୍ରାୟକ ହେ

1 min
14.7K


ପରିକଳ୍ପିତ ଏଇ ତୁମ ସଂସାରରେ,

ପରିଗମିତ ସଭିଏଁ ତୁମ ନିର୍ଦ୍ଦେଶରେ।

ପରିଚୟ ମୋହର କି ତୁମକୁ ଅଜଣା,

ପରିଜ୍ଞାତ ମୁଁ ତୁମର ଅତି ଜଣାଶୁଣା।

ପରିକୃଶ ଅଟଇ ମୁଁ ସ୍ୱଳ୍ପ ଚେତାଯୁକ୍ତ,

ପରିବେଦ ଭରିଦିଅ ଚିତ୍ତରେ ତ୍ୱରିତ।

ପରିଚାଳକ ତୁମେ ତ ଏଇ ଜଗତର,

ପରିମର୍ଷି ମହାପ୍ରଭୁ ଶିଘ୍ର ଦୂର କର।

ପରିକ୍ଳିଷ୍ଟ ମୁଁ ଯେ ତବ ମାୟା ବନ୍ଧନରେ,

ପରିକ୍ଷତ ପ୍ରାଣ ମୋର ଏ ମିଛ ସଂସାରେ।

ପରିତାପ ତ ଏତିକି ରହିଲା ମୋହର,

ପରିଜ୍ଞାନ ନ କରି ଥିଲି ତୋ' ଠୁ ଦୂର।

ପରିଶେଷରେ ବିନତି ଜଣାଏ ଏତିକି,

ପରିଶରଣ କାଳେ ନେବୁ ତୋର କତିକି।

ପରିକର ହୋଇ ତୁମ କରୁଥିବି ସେବା,

ପରିକୀର୍ତ୍ତନ ତୁମର କରୁଥିବି ସଦା।

ପରିକ୍ରମା କରୁଥିବି ତୁମ ଗୁଣ ଗାଇ,

ପରିଖ୍ୟାତ କରାଇବି ବିଶ୍ୱ ଦ୍ୱାରେ ନେଇ।

ପରିତ୍ରାୟକ ଆହେ ଜଗତର କର୍ତ୍ତା

ପରିଣତ ବୟସରେ ଜଣାଏ ମୋ ବାର୍ତ୍ତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍