ପରିତ୍ରାଣର ଋତୁ
ପରିତ୍ରାଣର ଋତୁ
ପାର୍ବଣ ଆରମ୍ଭ ପରିତ୍ରାଣ ଋତୁ
ଆଗମନେ ଧନ୍ୟ ଧରା
ହୁଏଟି ପ୍ରକୃତି ସ୍ୱଚ୍ଛତାରେ ଭରା
ଉଦ୍ଭାସିତ ଭକ୍ତି ଭରା।
ଦେଖି ଆଗମନି ମା'ଙ୍କ ପାର୍ବଣ
ନଈ ହୁଏ ପୂର୍ଣ୍ଣଗର୍ଭା
ଝୁଲେ କାଶତଣ୍ଡୀ ପବନର ତାଳେ
ଦିଶେ ନୃତ୍ୟରତା ଆଭା।
ଧରଣୀ ହୁଏଟି ଜ୍ୟୋତ୍ସ୍ନା ଓ ପ୍ଲାବିତା
ଦୁର୍ଗାଙ୍କର ଆଗମନେ
ଉତ୍ସବମୁଖର ଗାଆଁରୁ ସହର
ଜନ ଉତ୍ସାହିତ ମନେ।
ଜୟଜୟ ମାଆ ବିନ୍ଧ୍ୟବାସିନୀ ହେ
ଆଦ୍ୟାଶକ୍ତି ମାଆ ଜନନୀ
ଜୟ ମା' ଚଣ୍ଡୀକା ମହାମାୟା ମା'
ଦୁର୍ଗା ଦୁର୍ଗତି ନାଶିନୀ।
ସର୍ପ ବିଷଧର ଅଙ୍ଗଭୂଷଣ ମା'
ତୁହି ମା' ସିଂହ ବାହିନୀ
ମହିଷାସୁର ସେ ଥିଲା ଅତ୍ୟାଚାରୀ
ମାରିଲୁ ତୁହି ଭବାନୀ।
ମହିଷାସୁରମର୍ଦ୍ଦିନୀ ମା' ଜନନୀ
ଦୃଷ୍ଟକୁ କରୁ ସଂହାର
ବିଶ୍ୱର କଲ୍ୟାଣେ ତୁହି ଶକ୍ତିରୂପା
ଆବିର୍ଭୂତା ବାରମ୍ବାର।
ଆଦ୍ୟାଶକ୍ତି କୁଳକୁଣ୍ଡଳିନୀ ରୂପ ମା'
ବିରାଜିତ ମନୁଷ୍ୟରେ
ଶଙ୍ଖ ଚକ୍ର ଗଦା' ତ୍ରିଶୂଳ ଆୟୁଧ
ଧରି ଥାଉ ନିରନ୍ତରେ।
ଭକ୍ତିର ପାର୍ବଣ ଭକ୍ତିପୂର୍ଣ୍ଣ ଧରା
ଶୁଭାରମ୍ଭ ଆଷାଢରୁ
ନୀତି ଓ ନିୟମେ ଜଗା ରଥଯାତ୍ରା
ଗୁଞ୍ଜୁ ଅଛି ଧରଣୀରୁ।
ବ୍ରତ ତାରିଣୀର କରିବେ ମହିଳା
ସ୍ୱାମୀର ସୁରକ୍ଷା ପାଇଁ
କରିଥିଲେ ଲକ୍ଷ୍ମୀ ଭକ୍ତି ଓ ଶ୍ରଦ୍ଧାରେ
ଧର୍ମ ପତିବ୍ରତା ପାଇଁ।
ଚତୁର୍ଦି୍ମଗରେ ସବୁଜର ଦୃଶ୍ୟ
ଚାଷୀ ମନ କୁତୁହଳ
କରେ ଚାଷକାର୍ଯ୍ୟ କୃଷକ ଖୁସିରେ
କରେଟି ଯତ୍ନ ସକଳ।
ନୂଆ ଭାରତର କୃଷକ ଆଜିର
ବୈଜ୍ଞାନିକ ବିଧି ଚାଷ
ଯୋଗାଇ ଦେଉଛି ଅନ୍ନକୁ ଦେଶରେ
ଆତ୍ମନିର୍ଭରରେ ଚାଷ।
ଭକ୍ତିର ପାର୍ବଣ ପରିତ୍ରାଣ ଋତୁ
ବିଧି ବୈଜ୍ଞାନିକ ଚାଷ
ଲକ୍ଷ୍ମୀପୂର୍ଣ୍ଣ ଧରା ସବୁଜର ଦୃଶ୍ୟ
ପୂର୍ଣ୍ଣ ଚାଷୀ ଅଭିଳାଷ।
