STORYMIRROR

Narayan Sethi

Others

3  

Narayan Sethi

Others

ପରିସମାପ୍ତିର ଅଳପ ସମୟ ବାକି

ପରିସମାପ୍ତିର ଅଳପ ସମୟ ବାକି

1 min
272

କେବେ ବୁଝିବ ଏ ମଣିଷ ସମାଜ

କେବେ ବୁଝିବ ଛୁଆଁ ଅଛୁଆଁ ନୀତି

କୋରନା ବୋଲି ସ୍ଥାନ ନାହିଁ ଘରେ

ସଙ୍ଗରୋଧ ଗାଁ ଦାଣ୍ଡ ବର ଗଛ ସାକ୍ଷୀ!!

ବାଃ ବାଃ ରେ ମଣିଷ ସମାଜ

କି ବିଚାର ତୋ ବୁଦ୍ଧି

କିଏ ରହିବନି ଏଇ ଜଗତେ

କିଆଁ ତୋର ଏ ବିପରୀତ ବୁଦ୍ଧି!!

ସମୟ କହୁଛି ଆଉ ଅଳପ ବାକି ଅଛି

ସଭିଏଁ ଚାଲିଯିବେ କେହି ରହିବେନି

କଳିଯୁଗ ଶେଷ ହେଉଛି

ଆଉ ବା କିଛି ଅଳ୍ପ ବାକି ଅଛି!!

ରକ୍ତ ଏଠି ରକ୍ତର ନାହିଁ ଆଜି

ସେତ ପୁଣି ପର ମୁ କିଆଁ ସାହାଯ୍ୟ କରିବି

ଏ ବିଚାର କରୁଛି ଏକା ସେ ବସିଛି

ଦୁଇ ବର୍ଷର ବ୍ୟବଧାନ ପରିସମାପ୍ତି ହେବାକୁ ଯାଉଛି!!

ଆଉ କି ଚିତ୍ର ଦେଖିଲେ ମଣିଷ ପଣିଆ ଆସିବ

ସେ ଚିତ୍ର ଅତି ଭୟଙ୍କର ହେବ

କେହି ନଥିବ କାହାର ଉଠାଇବକୁ ଶବ

ସେ ଚିତ୍ର ଦେଖି ଦେଖି ଆତ୍ମା ବାୟୁ ଚାଲିଯିବ!!

ଆଉ ଅଳପ ସମୟ ସୀମିତ ଅଛି

ଏ ପୃଥିବୀ ଦେଖିବ ଭୟଙ୍କର ରୁପ

ସେତେବେଳ କୁ ଭାବିବାକୁ ଆଉ କିଛି ନଥିବ

ଏ ସାରା ସଂସାର ନିର୍ଜନ ପଲଟିବ!!

ସାହାଯ୍ୟ ସହାନୁଭୂତି ନାହିଁ ଆଉ କାହା ଠାରେ

ଧନ ସମ୍ପତ୍ତିର ମୋହେ ଆଜି ଏ ମଣିଷ ଚରିତ୍ର

ଗଢ଼ିଛି ମନରେ ଭେଦ ଭାବ ସବୁ କିଛି

ପ୍ରତେକ ଯୁଗ ପରି ଶେଷ ହେଇଯିବ

ବାସ ବାକି ଏ କଳିଯୁଗ ଆଜି

ପରିସମାପ୍ତି ର ଅଳପ ସମୟ ବାକି!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍