ପରିକ୍ରମା
ପରିକ୍ରମା
1 min
398
ଏ ସମ୍ପର୍କ ତ ଅତଳ ସାଗର
ହୃଦୟ ଭାଵର ମନ୍ଦିର।
କଳ୍ପନାରୁ ନେଇ ଟିକେ ପ୍ରୀତି
ଗଢ଼ିଛି ଆମ ସ୍ୱପ୍ନର ନଅର।
କୋମଳ ପ୍ରତ୍ୟୟ ମନର
ସେତ ବିଶ୍ୱାସର ପାରାବାର।
ସେମିତି ରହିଥାଉ ମଧୁର
ଏ ସ୍ୱର ଆମ ମିଳନର ।
ଅମୃତ ସମ ସେ ଦୁର୍ମୂଲ୍ୟ
ପୃଥିବୀ ଆମ ଯୁଗଳବନ୍ଦୀର ।
ତୁମର ଆକର୍ଷଣ ଜାଣ
ମହାକର୍ଷଣଠୁ ବି ବଳୀୟାର।
ପ୍ରାଣ ମୋ ପରିକ୍ରମା କରେ
ଅଧିରେ ନିତ୍ୟ ନିରନ୍ତର।
ମୁଁ ତୁମ କକ୍ଷପଥ ଯାତ୍ରୀ
ସାଙ୍ଗିନୀ ଜନ୍ମ ଜନ୍ମାନ୍ତରର ।
ପ୍ରଳୟ ବେଳା ଯାଏଁ ପ୍ରିୟ
ରହିବି ସାଥିରେ ତୁମର।
ସମୟ ବେଳାଭୂମି ପରେ
ଲେଖିବା ଭାଵର ସ୍ଵାକ୍ଷର।
କିମ୍ବଦନ୍ତୀ ନ କହୁ ପଛେ
ଜାଣେ ତ ଏ ମନ ମୋହର ।
ମୁଁ ତୁମ ପ୍ରିତୀର ଚକୋରୀ
ତୁମେ ମୋ ପ୍ରିୟ ଚକୋର ।
