STORYMIRROR

Pranati Mahapatra

Others

2  

Pranati Mahapatra

Others

ପରିକଳ୍ପନା

ପରିକଳ୍ପନା

1 min
120


ଏ ଶୁକୁଟି, ଚେମା ,ଗୁଲୁଆ 

ଆସରେ,

ଆସ ଆମେ କବି ହେବା

କ'ଣ ଦି' ଚାରି ଅକ୍ଷର 

ଏଇ ଶୁଖିଲା ପତ୍ରରେ ଗାରେଇ ଦେଇ

ସେଇ ସଭାରେ ବଡ଼ ପାଟିରେ

ଦୁଇ ତିନିଥର ଆଗପଛ କରି ଗାଇଦେବା।

ଦେଖିବ ରେ କି ତାଳି,ଆଉ ବାଃ ବାଃ 

ସେ ପରା ଧଳା କାଗଜରେ ନାଲି ସ୍ୟାହିରେ

ମୋ ନାଁ ଲେଖିଦେବେ

କବି ରାଧୁ ଅମକେଇ

ତା ପରେ ତ

ଚରନ୍ତୁ ନ ଚରନ୍ତୁ ଗାବ ନୀତି।

ସବୁ ଆସରରେ ଆମ ନାଁ ଥିବ

ଆମେ କବିତା ବୁଝେ ବା ନ ବୁଝେ

ପଢିବା ଦରକାର ନାହିଁ।

କଣ ଦରକାର ହୋ 

କ୍ଷେତ ତିଆରି, ଜମି କର୍ଷଣ, ବିହନ ବୁଣା, ଖରା ବର୍ଷା ଝଡ଼ ସହିବା,

ମାଗଣାରେ ପେଟ ଭର୍ତ୍ତି

ଏତେ କଷ୍ଟ କାହିଁକି କରିବା।

ହେଇ ଦେଖୁନ ,କର୍ଷଣ ସବୁ ଉଈ ପେଟରେ

କୋଟି କୋଟି ଟଙ୍କାର ମହତ ସୃଷ୍ଟି

ଆଜି ଦିଶାହୀନ।

ଆରେ ରାତି ପାହିଲେ ଦୁଇହଜାର 

ମଞ୍ଚପାଇଁ ଟଣାଟଣି କେନ୍ଦ୍ର ହେବା।

ତା ପରେ ଆମେ କବି

ହଁ ହଁ କବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍