STORYMIRROR

Sanjya Tripathy

Others

4  

Sanjya Tripathy

Others

ପ୍ରୀତିଲଗ୍ନା

ପ୍ରୀତିଲଗ୍ନା

1 min
167

ପ୍ରିୟା ତୁମେ ପ୍ରୀତିର ଝୁଲଣା, ସ୍ଣୃତିର ଖେଳନା

ଲୁହ ଦେଇ ଆଣିଦେବି ହସ ଜହ୍ନ ରାତି

ଏବେ ମୋ ଦୃଷ୍ଟିର ପରିସୀମାରେ ଧୂମ୍ରାଭ ଦିଗୀତ,

ଚକିତ ଚନ୍ଦ୍ର ଓ ଘୁମନ୍ତ ମଣିଷ

ଅଭିମାନିନୀ, ଅଭିସାରିକା ମୋ ପ୍ରିୟା

ଅନ୍ୟତ ଯୌବନା ମୌସୁମୀର ଶେଷ ସ୍ପର୍ଶରେ ରୋମାଞ୍ଚିତ

ଚକ୍ତିମ ଚନ୍ଦ୍ରର ଦ୍ୟୁତିରେ ଆଲୋକିତା

ସମସ୍ତ ଅନ୍ଧାର ଓ ଅଳନ୍ଧୁର ଆସ୍ତରଣରୁ

ଉକ୍ତ ରକ୍ତଗୋଲାପର କଂଟକିତ

ବେଦନାରେ ବ୍ୟଥତା, ବ୍ୟସ୍ତବିବ୍ରତା ।

ସ୍ମୃତିଲଗ୍ନା, ପ୍ରୀତିଲିପ୍ତତା, ପ୍ରୀତିଭଙ୍ଗୁରା ପ୍ରିୟା

ମୋ ମନର ମାନସୀ, ରୂପର ରୂପସୀ

ପୂର୍ଣ୍ଣ ଯୌବନା ଅପରୂପା ପ୍ରିୟା

ତୁମ ଦେହର ଦାହରେ ସଂତାପିତ

ତୁମ ବୈଦ୍ୟୁତିକ ସ୍ପର୍ଶର କଳ୍ପନାରେ ଉଲ୍ଲସିତ

ଏକ ଅଣଜା ବେଥୁଭରା ଶୀହରଣରେ ଶୀହରିତ

ମୁଁ ଶୂନ୍ୟ ପଞ୍ଜୁରୀର ପଥକ୍ରାନ୍ତ ପଥିକ

ତୁମ ନୀଳତୃଷାର ଆମନ୍ତ୍ରଣରେ ଶିହରିତ

ତୁମ ଦେହର ରାଜରାସ୍ତା ଦେଇ

ବହିଯାଇଥିବା ଏକ ଝଡର ଈଗଲ

ତୁମ ମରମେ ମରମେ ସଞ୍ଚାରିତ ହେଉଥିବା



Rate this content
Log in